ଜାଣନ୍ତୁ ହଲିଉଡରେ ଡେବ୍ୟୁ କରିବା ନେଇ କ’ଣ କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ୨୧।୫: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କୁ କିଏ ବା ନ ଜାଣେ। ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। କୁହାଯାଉଛି କି, କଙ୍ଗନା ରଣାୱତ ହଲିଉଡରେ ନିଜର ଦମ ଦେଖେଇବାକୁ ପ୍ରସ୍ତୁତ ହେଉଛନ୍ତି। ନିକଟରେ ଫିଲ୍ମ ‘ଧାକଡ’ର ପ୍ରମୋଶନରେ କଙ୍ଗନାଙ୍କୁ ‘ଦି କପିଲ ଶର୍ମା’ ଶୋ’ ରେ ହଲିଉଡରେ ଡେବ୍ୟୁ କରିବା ନେଇ ପଚରାଯାଇଥିଲା । ଏହାର ଉତ୍ତରରେ ଅଭିନେତ୍ରୀ କହିଥିଲେ କି ତାଙ୍କର କୁଆଡେ ଯିବାର ନାହିଁ। କାହିଁକି ନା ‘ଧାକଡ’ର ଅଧିକାଂଶ କର୍ମଚାରୀ ବିଦେଶୀ ଥିଲେ। ସେଠାରେ କାମ କରୁଥିବା ସମସ୍ତେ ଲୋକ ଏଠାକୁ ଆସୁଛନ୍ତି । ଆମ କାମ ଦେଖିବା ପରେ ସେମାନେ କହୁଛନ୍ତି କି ଏହି ଲୋକମାନେ ଆମ ଠାରୁ ଭଲ କାମ କରୁଛନ୍ତି। ଏଥିପାଇଁ ମୁଁ ଭାବୁଛି ଏଠାରେ ଆମର ଅନେକ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି। ଯାହା ସେମାନଙ୍କୁ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ କଙ୍ଗନା କହିଛନ୍ତି।

Share