ଟୁଇଟରରୁ ସବୁଦିନ ପାଇଁ ବିଦାୟ ନେବି, କାହିଁକି ଏମିତି କହିଲେ କଙ୍ଗନା

କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍‌କୁ ପଞ୍ଜାବ ଏବଂ ହରିୟାଣାର କୃଷକମାନେ ବିରୋଧ କରୁଛନ୍ତି। ସେପଟେ ଏହାକୁ ରାଜନୀତି ଆରମ୍ଭ ହୋଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ମାମଲାରେ ମୁହଁ ଖୋଲିଛନ୍ତି। ତେବେ ତାଙ୍କୁ କିଛି ୟୁଜର୍ସ ଟୁଇଟର୍‌ରେ ଟାର୍ଗେଟ କରିଛନ୍ତି। ସେ କୁଆଡେ କୃଷକମାନଙ୍କୁ ଆତଙ୍କବାଦୀ କହିଥିବା କିଛି ୟୁଜର୍ସ ମତ ଦେବା ପରେ ରାଗିଯାଇଛନ୍ତି କଙ୍ଗନା। ଏନେଇ ସେ ଏକ ଟୁଇଟ୍‌ କରି କହିଛନ୍ତି, ଶ୍ରୀକୃଷ୍ଣଙ୍କର ଯେମିତି ନାରାୟଣ ସେନା ଥିଲେ, ସେମିତି ପପୁଙ୍କର ମଧ୍ୟ ଏକ ଚମ୍ପୁ ସେନା ଅଛି ସେମାନେ କେବଳ ଗୁଜବ ମାଧ୍ୟମରେ ଲଢିବା ଜାଣନ୍ତି। ଯଦି କେହି ପ୍ରମାଣ କରିପାରିବେ ଯେ ମୁଁ କୃଷକମାନଙ୍କୁ ଆତଙ୍କବାଦୀ ବୋଲି କହିଛି, ତେବେ ମୁଁ କ୍ଷମା ମାଗିବି ଏବଂ ଟୁଇଟରରୁ ସବୁଦିନ ପାଇଁ ବିଦାୟ ନେବି। କଙ୍ଗନା ରାଣାୱତ ସେପ୍ଟେମ୍ବର ୨୦ରେ କୃଷି ବିଲ ଉପରେ ଟୁଇଟ କରି କହିଥିଲେ, ପ୍ରଧାନମନ୍ତ୍ରୀ ଜୀ କେହି ଜଣେ ଶୋଇଛନ୍ତି, ତାଙ୍କୁ ଜାଗ୍ରତ କରାଯାଇପାରିବ, ଯାହାର ଭୁଲବୁଝାମଣା ଥିବ ତାକୁ ବୁଝାଯାଇପାରିବ। କିନ୍ତୁ ଯିଏ ଶୋଇବା ଅଭିନୟ କରିବ, ନ ବୁଝିବା ଅଭିନୟ କରିବ ତାଙ୍କୁ ଯେତେ ବୁଝାଇଲେ କିଛି ଫରକ ପଡିବ ନାହିଁ। ସେମାନେ ସେହି ଆତଙ୍କବାଦୀ, ସିଏଏରୁ କୌଣସି ବ୍ୟକ୍ତି ନାଗରିକତ୍ୱକୁ ଯାଇ ନ ଥିଲେ ମଧ୍ୟ ସେମାନେ ରକ୍ତର ନଦୀ ଖେଳାଇଦେଇଥିଲେ। ଏହା ପରେ ତାଙ୍କ ଟୁଇଟକୁ କୃଷକ ବିରୋଧୀ କୁହାଯିବା ଆରମ୍ଭ ହୋଇଥିଲା। କଙ୍ଗନା କୃଷକମାନଙ୍କୁ ଆତଙ୍କବାଦୀ କହିଥିବା କିଛି ଲୋକ ଅଭିଯୋଗ କରିଥିଲେ।

Share