ଗତ କିଛି ଦିନ ହେବ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ମନ୍ତବ୍ୟ ପାଇଁ କଙ୍ଗନା ରନାଓ୍ବନ ଚର୍ଚ୍ଚାରେ ରହିଛନ୍ତି। ବଲିଉଡ୍ରେ ବାହାର ଲୋକଙ୍କୁ ସୁଯୋଗ ନ ଦେବା ଏବଂ ଷ୍ଟାର କିଡ୍ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କଙ୍ଗନା ଇଣ୍ଡଷ୍ଟ୍ରିର କିଛି ବଡ଼ ଅଭିନେତା, ନିର୍ମାତାଙ୍କୁ ଟାର୍ଗେଟ କରୁଛନ୍ତି। ଏହା ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନକରି ଟ୍ରୋଲ ମଧ୍ୟ ହୋଇଛନ୍ତି। ଏବେ କଙ୍ଗନା ଉକ୍ତ ଟ୍ରୋଲରମାନଙ୍କୁ ଏହାର ଉପଯୁକ୍ତ ଉତ୍ତର ଦେଇଛନ୍ତି।
କଙ୍ଗନା କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛି, କାରଣ ମୁଁ ରାଜନୀତିକୁ ଆସିବାକୁ ଚାହୁଁଛି। ମୁଁ ସେହି ସମସ୍ତ ଲୋକଙ୍କୁ କହିବାକୁ ଚାହେଁ ଯେ, ମୋର ଜେଜେ ବାପା ୧୫ ବର୍ଷ ପର୍ଯ୍ୟନ୍ତ କଂଗ୍ରେସର ଜଣେ ବିଧାୟକ ଥିଲେ। ମୋ ଘର ସବୁବେଳେ ରାଜନୀତି ସହ ଜଡିତ। ମୁଁ ପ୍ରତିବର୍ଷ କଂଗ୍ରେସ ତରଫରୁ ଅଫର ମଧ୍ୟ ପାଉଛି।
ଆହୁରି ମଧ୍ୟ ସେ କହିଛନ୍ତି, ଫିଲ୍ମ ‘ମଣିକର୍ଣ୍ଣିକା’ ପରେ ମୋତେ ଭାଜପା ପକ୍ଷରୁ ଟିକେଟ ମିଳିଥିଲା। କିନ୍ତୁ ମୁଁ ମୋର କାମକୁ ଭଲପାଏ। ତେଣୁ ମୁଁ ରାଜନୀତିରେ ଯିବାକୁ ଚିନ୍ତା କରି ନ ଥିଲି। ତେଣୁ ଯେଉଁମାନେ ମୋତେ ରାଜନୀତିକୁ ଯିବାକୁ ଚାହୁଥିବା କହି ଟ୍ରୋଲ କରୁଛନ୍ତି ଦୟାକରି ସେମାନେ ଚୁପ୍ ହୋଇଯାଆନ୍ତୁ।
This is to set the records straight for everyone who thinks I support Modi ji because I want to join politics,my grandfather has been congress MLA for consecutive 15 years,my family is so popular in politics back home that after Gangster almost every year I got offers (cont )1/2
— Kangana Ranaut (@KanganaTeam) August 15, 2020