କଙ୍ଗନା କହିଲେ ମୁଁ ଦେଶର ସବୁଠାରୁ ବଡ ଟାର୍ଗେଟ

ମୁମ୍ବାଇ:ବଲିଉଡ୍‌ର ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ବୟାନ ବାଜି ପାଇଁ ସବୁବେଳେ ରହି ଆସୁଛନ୍ତି ଚର୍ଚ୍ଚାରେ । ନିକଟରେ ଅଭିନେତ୍ରୀ କୃଷକ ଆନ୍ଦୋଳନକୁ ନେଇ ଏଥିରେ ସାମିଲ ହୋଇଥିବା ଜଣେ ବୟସ୍କ ମହିଳାଙ୍କୁ ନେଇ ଟୁଇଟରରେ ଟିପ୍ପଣୀ ଦେଇଥିଲେ । ଏହାପରେ ସେ ଟ୍ରୋଲର୍ସଙ୍କ ଟାର୍ଗେଟକୁ ଆସି ଯାଇଥିଲେ । ସେଲିବ୍ରିଟିଙ୍କ ସମେତ ସାଧାରଣ ଜନତା ବି ଟ୍ରୋଲ କରିଥିଲେ କଙ୍ଗନାଙ୍କୁ । ଦିଲଜିତ ଦୋସାଞ୍ଜ, ମିକା ସିଂ, ଖେସାରି ଲାଲ ଯାବଦ ତାଙ୍କୁ ଗଣମାଧ୍ୟମ ଜରିଆରେ ବେଶ୍ କିଛି କଥା କହିଥିଲେ । ଏବେ କଙ୍ଗନା ଏହାର ଜବାବ ଦେବାକୁ ଯାଇ କହିଛନ୍ତି ମୁଁ ଦେଶର ହଟେଷ୍ଟ ଟାର୍ଗେଟ । ଟୁଇଟ୍ କରି କଙ୍ଗନା କହିଛନ୍ତି ମୋତେ ଟାର୍ଗେଟ କରି ଗଣମାଧ୍ୟମର ପ୍ରିୟପାତ୍ର ହୋଇଯାଆନ୍ତୁ, ମୁଭି ମାଫିଆ ଆପଣଙ୍କୁ ବଡ ବଡ ଫିଲ୍ମ ଦେବେ, ଫିଲ୍ମ ମେକର ଆୱାର୍ଡ ଦେବେ, ଶିବସେନା ଟିକେଟ ଦେବ ଆହୁରି କେତେ କଣ ମିଳିବ । ଯଦି ମୁଁ ଡନ୍ ହୋଇଥାଆନ୍ତି ତେବେ ୭୨ ଅଞ୍ଚଳର ପୋଲିସ ମୋ ପଛରେ ଥାଆନ୍ତେ । କଙ୍ଗନାଙ୍କ ଏହି ଟୁଇଟ୍ ଏବେ ଭାଇରାଲ ହେବାରେ ଲାଗିଛି ।

Share