ଟଙ୍କା ନାହିଁ, ଭଙ୍ଗା ଅଫିସ୍‌ରେ କାମ କରିବି: କଙ୍ଗନା

ମହାରାଷ୍ଟ୍ର ସରକାର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ବିଏମସି ଭାଙ୍ଗିବା ପରେ ସେ ମର୍ମାହତ ହୋଇପଡିଛନ୍ତି। ଅଫିସର ବାଲକୋନି ସମେତ ଅନେକ ଅଂଶ ଭାଙ୍ଗି ଯାଇଛି। ଏନେଇ କଙ୍ଗନା କହିଛନ୍ତି, ମୁଁ ଜାନୁଆରୀ ୧୫ରେ ମୋ ଅଫିସ ଖୋଲିଥିଲି। ଏହାର କିଛି ଦିନ ପରେ କରୋନା କାୟା ବିସ୍ତାର କରିଥିଲା। ମୁଁ ସେବେଠାରୁ କାମ କରି ନାହିଁ। ଅଫିସ ପୁନଃନିର୍ମାଣ ପାଇଁ ମୋ ପାଖରେ ଟଙ୍କା ନାହିଁ। ସେହି ଭଙ୍ଗା କାର୍ଯ୍ୟାଳୟରେ କାମ କରିବି ଏବଂ ଏହାକୁ ଏକ ସ୍ମୃତି ଭାବରେ ରଖିବି ଯେ ଜଣେ ମହିଳା ଦୁନିଆ ସହ ଲଢିବାକୁ ସାହସ ଦେଖାଇଥିଲା। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୯ରେ, କଙ୍ଗନା ରାଣାଓ୍ବତଙ୍କ କାର୍ଯ୍ୟାଳୟକୁ ବିଏମ୍‌ସି ଭାଙ୍ଗିଥିଲା। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଏମସି ଭାଙ୍ଗିବା ବନ୍ଦ କରିଥିଲା। କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବାକୁ ନେଇ ଅନେକ ସେଲିବ୍ରିଟି ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ କ୍ରେଧ ଜାହିର୍‌ କରିଛନ୍ତି।

Share