ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!

ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ ସମୟରେ ରାଜନୀତିକୁ ନେଇ କିଛି ନା କିଛି ବୟାନ ଦେଇ ଚର୍ଚ୍ଚାରେ ଥିବା କଙ୍ଗନା ଏଥର ଖୋଲା ଖୋଲି ଭାବେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସପୋର୍ଟ କରିଥିବା ଦେଖାଯାଇଛି । ନିକଟରେ ସେ ଏକ ଭିଡିଓ ଜାରି କରି ଭାଜପା ସପକ୍ଷରେ କହୁଥିବା ଦେଖାଯାଇଛି । ଏହି ଭିଡିଓ ଶେୟାର ହେବା ପରେ ପରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ଏହାକୁ ନେଇ ଖୁବ୍ କମେଣ୍ଟ କରୁଛନ୍ତି ।
ଭିଡିଓଟିକୁ କଙ୍ଗନା ନିଜ ଅଫିସିୟାଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଉକ୍ତ ଭିଡିଓରେ କଙ୍ଗନା କହୁଛନ୍ତି ଆପଣମାନେ ଜାଣିଛନ୍ତି ଏବେ ଉତ୍ତର ପ୍ରଦେଶରେ ନିର୍ବାଚନ ହେଉଛି । ଏହି କୁରୁକ୍ଷେତ୍ର ଭୋଟ ଆମର ଏକମାତ୍ର ଅସ୍ତ୍ର । ମନେ ରଖନ୍ତୁ ଆମକୁ ଆମ ପସନ୍ଦର ଯୋଗୀ ସରକାରଙ୍କୁ ବିଜୟୀ କରିବାର ଅଛି । ଆପଣ ଭୋଟ ଦେବାକୁ ଯାଆନ୍ତୁ ଓ ସାଙ୍ଗରେ ଆଉ ୨-୩ ଜଣଙ୍କୁ ନେଇକରି ଯାଆନ୍ତୁ । ଗୋଟିଏ ବି ଭୋଟ ଛାଡି ନ ଯାଆନ୍ତି, ଜୟ ଶ୍ରୀରାମ । କଙ୍ଗନାଙ୍କ ଏହି ପୋଷ୍ଟକୁ ଲୋକେ ଲାଇକ କରିବା ସହ କମେଣ୍ଟ ବି କରୁଛନ୍ତି । କେହି କେହି ଜୟ ଶ୍ରୀରାମ ଲେଖିଛନ୍ତି ତ ପୁଣି କିଏ ଜୟ ଯୋଗୀ ବୋଲି ଲେଖିଛନ୍ତି ।

Share