ମୋ ଚିତାଭସ୍ମକୁ ଗଙ୍ଗାରେ ପକାଇବ ନାହିଁ: କଙ୍ଗନା

ବମ୍ବେ: ବିବାଦର ଅନ୍ୟନାମ କଙ୍ଗନା। ବଲିଉଡ୍‌ର ଏହି ଅଭିନେତ୍ରୀ ସର୍ବଦା ବ୍ୟକ୍ତିଗତ ତଥା ସାମାଜିକ ପ୍ରସଙ୍ଗରେ ମତ ରଖି ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଏବେ ସେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଏବେ ସେ ଟୁଇଟରରେ ଏକ ଭିଡିଓ ଅପ୍‌ଲୋଡ୍‌ କରିଛନ୍ତି। ଭିଡିଓରେ ସେ ବରଫ ସହ ଖେଳୁଥିବା ଦେଖାଯାଇଛି। ଏହାକୁ ଶେୟାର କରି କଙ୍ଗନା କହିଛନ୍ତି, ମୋ ଚିତାଭସ୍ମକୁ ଗଙ୍ଗାରେ ପକାଇବ ନାହିଁ। ସବୁ ନଦୀ ସାଗରରେ ଯାଇ ମିଶନ୍ତି। ମୁ ସମୁଦ୍ରର ଗଭୀରତାକୁ ଭୟ କରେ। ମୁଁ ଆକାଶ ଛୁଇଁବାକୁ ଚାହେଁ। ଏଣୁ ମୋ ଚିତାଭସ୍ମକୁ ପାହାଡ଼ ଉପରେ ବିଞ୍ଚିଦେବ। ଯେତେବେଳେ ସୂର୍ଯ୍ୟ ଉଇଁବ ତେବେ ମୁଁ ତାକୁ ଛୁଇଁ ପାରିବି। ଯେତେବେଳେ ଏକୁଟିଆ ହୋଇଯିବି ତେବେ ଜହ୍ନ ସହ କଥା ହୋଇପାରିବି। କଙ୍ଗନାଙ୍କ ଏଭଳି କଥା ଶୁଣି ବ୍ୟବହାରକାରୀମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

Share