କଙ୍ଗନାଙ୍କ ସବୁଠାରୁ ଭୟଙ୍କର ଲୁକ୍‌!

ମୁମ୍ବାଇ:ନିଜର ଦମଦାର ଅଭିନୟ ପାଇଁ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଙ୍ଗନା ରାନାୱତ ଏବେ ତାଙ୍କ ଆଗାମୀ ଫିଲ୍ମ “ଧାକଡ୍‌’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏବେ ଏହି ଫିଲ୍ମର ଶୁଟିଂ ମଧ୍ୟପ୍ରଦେଶରେ ଚାଲିଛି । ଏହାକୁ ନେଇ କଙ୍ଗନା ଖୁବ୍ ଉତ୍ସାହିତ ଅଛନ୍ତି । କାରଣ ଏଥିରେ ତାଙ୍କ ଚରିତ୍ର ଖୁବ୍ ଆକର୍ଷଣୀୟ ରହିଛି । ଯାହା ପାଇଁ ଖୁବ୍ ପରିଶ୍ରମ ବି କରୁଛନ୍ତି କଙ୍ଗନା । ଏବେ ଏହି ଫିଲ୍ମ ଓ ଏହାସହ ଜଡିତ କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଏହି କ୍ରମରେ କଙ୍ଗନା ତାଙ୍କ ସୋସିଆଲ ମିଡିଆରେ ଫିଲ୍ମରେ ତାଙ୍କ ଲୁକ ଶେୟାର କରିଛନ୍ତି । ‘ଧାକଡ’ର ଜବରଦସ୍ତ ନୂଆ ପୋଷ୍ଟର ଶେୟାର କରିଛନ୍ତିି କଙ୍ଗନା । ଏଥିରେ କଙ୍ଗନାଙ୍କର ଦମଦାର ଲୁକ୍ସ ଦେଖିବାକୁ ମିଳିଛି । ଫିଲ୍ମରେ ସେ ଜଣେ ଏଜେଣ୍ଟ ଭୂମିକାରେ ଦେଖା ଦେଇଛନ୍ତି । ହାତରେ ମେଶିନଗନ୍ ଧରି ପ୍ରଶଂସକଙ୍କୁ ପ୍ରଭାବିତ କରିଛନ୍ତି ନାୟିକା । ପୋଷ୍ଟରେ ତାଙ୍କ ନିକଟରେ ଗାଡି ଜଳୁଥିବା ଦେଖାଯାଇଛି । ଏଥିରେ କ୍ୟାପଶନରେ କଙ୍ଗନା ଲେଖିଛନ୍ତି ସେ ଏହାକୁ ଅଗ୍ନୀ କହୁଛନ୍ତି, ଏକ ବାହାଦୂର ଧାକଡ, ମୁଁ କହୁଛି ଏହା ମୋର ମୃତ୍ୟୁର ଦେବୀ ଭୈରବି ଭାବେ ଚିତ୍ରଣ କରାଯାଇଛି । ଏହା ଏକ ସ୍ପାଇ-ଆକ୍ସନ ଫିଲ୍ମ ଆଉ ଏଥିରେ କଙ୍ଗନା ଜଣେ ସିକ୍ରେଟ ଏଜେଣ୍ଟ ଭୂମିକାରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ରଜନୀଶ ରାଜି ଘଇ ଦେଇଥିବା ବେଳେ ଏହା ଚଳିତ ବର୍ଷ ୧ ଅକ୍ଟୋବରରେ ରିଲିଜ୍ ହେବାର ଯୋଜନା ରହିଛି ।

Share