ନିଜକୁ ଗୁଗୁଲ କଲା ପରେ କଙ୍ଗନା ଦେଖୁଛନ୍ତି ଏହି ପେଜ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଅଧିକାଂଶ ସମୟରେ ନିଜର ବେବାକ ବୟାନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଥି ସହିତ, ସେ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକଙ୍କୁ ନଁା ନ ନେଇ ଟାର୍ଗେଟ କରିଥା’ନ୍ତ। କଙ୍ଗନା ନିଶ୍ଚିତ ଭାବରେ ନିକଟରେ ତାଙ୍କ ନାମକୁ ଗୁଗଲ କରିଥିବେ। ଗୁଗୁଲରେ ତାଙ୍କ ବିଷୟରେ କେଉଁ ସୂଚନା ଆସିଛି ସେ ବିଷୟରେ କଙ୍ଗନା ନିଜେ କହିଛନ୍ତି।
ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହା କହିଛନ୍ତି। ଏଥି ସହିତ ଅନ୍ୟ ଅଭିନେତ୍ରୀମାନଙ୍କ ବିଷୟରେ କେଉଁ ସୂଚନା ଆସେ ସେ ବିଷୟରେ ସେ କହିଛନ୍ତି। କଙ୍ଗନାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି – ଅନ୍ୟ ଅଭିନେତ୍ରୀଙ୍କ ଗୁଗୁଲ ପୃଷ୍ଠାରେ ସେମାନଙ୍କ କାର୍ଯ୍ୟ ଏବଂ ଆଗାମୀ ମୁଭି ବିଷୟରେ ଖବର ଅଛି। ଯେଉଁଥିରେ ମୁଁ (ଅଭିନେତା + ଲେଖକ + ପ୍ରଯୋଜକ + ନିର୍ଦ୍ଦେଶକ) ମୋର ଗୁଗୁଲ ପୃଷ୍ଠାରେ କେବଳ ୧୦ବର୍ଷ ପୂର୍ବେ କେହି ମୋ ବିଷୟରେ ଯାହା କହିଥିଲେ କିମ୍ବା ଦଶ ବର୍ଷ ପୂର୍ବେ ମୁଁ ଯାହା କହିଥିଲି। ହା ହା … ତାହା ଆଜିର କାହାଣୀ । କଙ୍ଗନାଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।

Share