ମୁମ୍ବାଇରେ ରହିବା ପାଇଁ ହେଲେ ଗଣପତି ଜୀଙ୍କ ଅନୁମତି ଆବଶ୍ୟକ: କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସିଦ୍ଧିବିନାୟକ ମନ୍ଦିର ଦର୍ଶନ ପାଇଁ ଯାଇଛନ୍ତି। ମରାଠୀ ଲୁକ୍‌ରେ ସେ ଗଣପତିଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କଙ୍ଗନାଙ୍କ ମରାଠୀ ଲୁକ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଡାସୁରକ୍ଷା ଭିତରେ ମଙ୍ଗଳବାର ସକାଳ ୧୦ରେ କଙ୍ଗନା ଦର୍ଶନ ପାଇଁ ପହଞ୍ଚିଥିଲେ। ମନ୍ଦିର ଭିତରେ କଙ୍ଗନା ଗଣପତି ବପ୍ପା ମୋରିୟା ଏବଂ ଜୟ ମହାରାଷ୍ଟ୍ର ନାରା ଦେଇଥିଲେ। ଦର୍ଶନ ପରେ ସେ କହିଥିଲେ ମୁମ୍ବାଇରେ ରହିବାକୁ ହେଲେ ମୋତେ ଗଣପତି ଜୀଙ୍କ ଅନୁମତି ଆବଶ୍ୟକ। ତେଣୁ ମୁଁ ଏଠାକୁ ତାଙ୍କ ଅନୁମତି ପାଇଁ ଆସିଛି। ତାଙ୍କ ଛଡା ମୋତେ ଆଉ କାହା ଅନୁମତି ଆବଶ୍ୟକ ନାହିଁ ବୋଲି କଙ୍ଗନା କହିଛନ୍ତି। କିଛିଦିନ ପୂର୍ବରୁ କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ମହାରାଷ୍ଟ୍ର ସରକାରଙ୍କ ସହ ତାଙ୍କର ତୁ ତୁ ମେଁ ମେଁ ଲାଗିଥିଲା। ମହାରାଷ୍ଟ୍ର ସରକାର ତାଙ୍କୁ ମୁମ୍ବାଇସ୍ଥିତ କାର୍ଯ୍ୟାଳୟକୁ ବୁଲ୍‌ଡୋଜର୍‌ ସହାୟତାରେ ଭାଙ୍ଗିଦେଇଥିଲେ।

Share