କଙ୍ଗନାଙ୍କ ୱେଡିଂ ପ୍ଲାନିଂ

ମୁମ୍ବାଇ: ବଲିଉଡ୍‌ରେ ଏବେ ବିବାହର ଚର୍ଚ୍ଚା ଚାଲିଛି । କ୍ୟାଟ୍ରିନା କୈଫ ଭିକ୍କି କୌଶଲ ତ ପୁଣି ରାଜକୁମାର ରାଓ ଓ ପତ୍ରଲେଖା ଏମାନେ ଏବେ ବିବାହା କରିବେ ବୋଲି ପ୍ରସ୍ତୁତି ଯୋର ସୋରରେ ଚଳାଇଛନ୍ତି । ଏମିତି ସମୟରେ ଅଭିନେତ୍ରୀ କଙ୍ଗନା ରାନାୱତ ବି ତାଙ୍କ ବିବାହକୁ ନେଇ ପ୍ଲାନିଂ କରୁଥିବା ନିଜେ ପ୍ରକାଶ କରିଛନ୍ତି । ନିକଟରେ କଙ୍ଗନା ଏକ ସମ୍ମିଟରେ ସାମିଲ ହୋଇଥିଲେ । ସେଠାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି ଆଗାମୀ ୫ ବର୍ଷରେ ସେ ନିଜକୁ କିପରି ଦେଖିବାକୁ ଚାହୁଁଛନ୍ତି । ଏହାର ଉତ୍ତରରେ କଙ୍ଗନା କହିଥିଲେ ସେ ଆଗାମୀ ୫ ବର୍ଷ ଭିତରେ ବିବାହ କରିବାକୁ ଚାହୁଁଛନ୍ତି ଓ ମା’ ହେବାକୁ ଚାହୁଁଛନ୍ତି । ଅର୍ଥାତ୍ ସେ ନିଜକୁ ପତ୍ନୀ ଓ ମା’ ଭାବେ ଦେଖିବାକୁ ଚାହୁଁଛନ୍ତି । ତେବେ ତାଙ୍କ ସ୍ୱପ୍ନର ରାଜକୁମାରଙ୍କ କଥା ପଚାରିବାରୁ କଙ୍ଗନା କହିଛନ୍ତି ଏ ସମ୍ପର୍କରେ ଖୁବଶୀଘ୍ର ଆପଣମାନେ ଜାଣି ପାରିବେ ।

Share