କଙ୍ଗନାକୁ ‘ଓଡିଓପି’ର ବ୍ରାଣ୍ଡ ଆମ୍ବାସଡର କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ବଲିଉଡ୍‌ର ଚର୍ଚ୍ଚିତ ନାୟିକା କଙ୍ଗନା ରାନାୱତ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘ତେଜସ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ମୁରାଦାବାଦରେ ଏବେ ତାଙ୍କର ଶୁଟିଂ ଚାଲିଥିବା ବେଳେ ଶୁକ୍ରବାର ସେ ଶୁଟିଂ ସାରି ଲକ୍ଷ୍ନୌ ଯାଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ । ଏହାର ସୂଚନା ପୂର୍ବରୁ ସେ ସୋସିଆଲ ମିଡିଆରେ ଦେଇଥିଲେ । ତେବେ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ୍‌କାର ସମୟରେ ବିଭିନ୍ନ କଥା ଆଲୋଚନା ହେବା ସହ ମୁଖ୍ୟମନ୍ତ୍ରୀ ଅଭିନେତ୍ରୀଙ୍କୁ ୱାନ ଡିଷ୍ଟ୍ରିକ୍ଟ ୱାନ୍ ପ୍ରୋଜେକ୍ଟ(ଓଡିଓପି)ର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଥିଲେ । ଯାହା କଙ୍ଗନା ଓ ତାଙ୍କ ପ୍ରଶଂକଙ୍କୁ ବେଶ୍ ଖୁସି ପ୍ରଦାନ କରିଛି । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଏକ ଔପଚାରିକ ସାକ୍ଷାତ୍‌କାର କୁହାଯାଉଥିବା ବେଳେ ପରେ ଜଣାପଡିଲା ଯେ ଯୋଗୀ ଆଦିତ୍ୟନାଥ କଙ୍ଗନାଙ୍କୁ ଓଡିଓପିର ବ୍ରାଣ୍ଡ ଆମ୍ବାସଡର କରିଛନ୍ତି । କଙ୍ଗନା ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେବା ସହ ଯୋଗୀ ଆଦିତ୍ୟନାଥଙ୍କୁ ହୃଦୟରୁ ଧନ୍ୟବାଦ ଦେବା ସହ ଆଗାମୀ ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏହି ସାକ୍ଷାତ୍‌କାର ସମୟରେ ମୁଖ୍ୟମନ୍ତ୍ରୀ କଙ୍ଗନାଙ୍କୁ ଏକ ମୁଦ୍ରା ଉପହାର ସ୍ୱରୂପ ଦେଇଥିଲେ । ଯେଉଁ ମୁଦ୍ରା ଅଯୋଧ୍ୟା ରାମ ମନ୍ଦିର ପୂଜା ସମୟରେ ପୂଜା ହୋଇଥିଲା । ଏହାସହ ମୁଖ୍ୟମନ୍ତ୍ରୀ କଙ୍ଗନାଙ୍କୁ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ ବି ଦେଇଛନ୍ତି । ଉତ୍ତର ପ୍ରଦେଶରେ ‘ତେଜସ’ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଯୋଗୀ ସରକାର ବୁହୁତ କୋଅପରେଟ କରିଥିବାରୁ କଙ୍ଗନା ଲେଖିଛନ୍ତି, ‘ଥ୍ୟାଙ୍କ ୟୁ ମହାରାଜ ଜୀ, ଆଗାମି ନିର୍ବାଚନ ଆପଣ ଜିତନ୍ତୁ ।

Share