ସବୁ କଳ୍ପନାର ଅନ୍ତ, ‘ସିତା-ଦ ଇନକାରନେଶନରେ ସୀତା ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଫିଲ୍ମ ‘ଥାଲାଇବି’ରେ ନିଜର ଦମଦାର ଅଭିନୟ ଦେଖାଥିବା କଙ୍ଗନା ରାନାୱତ ପୁଣିଥରେ ଏକ ବଡ ଚରିତ୍ରରେ ଅଭିନୟ କରିବାକୁ ଯାଉଥିବା ଜଣାପଡିଛି । ପଦ୍ମଶ୍ରୀ ଓ ୪ ଥର ରାଷ୍ଟ୍ରୀୟ ପୁରସ୍କାର ବିଜୟିନି କଙ୍ଗନା ଏଥର ସୀତା ଭୂମିକାରେ ନଜର ଆସିବେ । ଆଗରୁ ଏହା ଶୁଣିବାକୁ ମିଳିଥିବା ବେଳେ ଏବେ କିନ୍ତୁ ସୀତା ଚରିତ୍ର ପାଇଁ କଙ୍ଗନାଙ୍କ ନାମରେ ମୋହର ଲାଗିଯାଇଥିବା ଜଣାପଡିଛି । ଏସ୍‌ଏସ୍ ଷ୍ଟୁଡିଓ ଦ୍ୱାରା ‘ସିତା- ଦ ଇନକାରନେଶନ’ ନିର୍ମାଣ କରାଯାଉଛି । ଫିଲ୍ମ ନିର୍ମାତା ଅଫିସିୟାଲି ‘ସିତା- ଦ ଇନକାରନେଶନ’ରେ କଙ୍ଗନା ସୀତା ଭୂମିକାରେ ନଜର ଆସିବେ ବୋଲି କହିଛନ୍ତି । ଏହାର ନିର୍ଦ୍ଦେଶନା ଅଲୌକିକ ଦେଶାଇ କରୁଥିବା ବେଳେ ଫିଲ୍ମର ନିର୍ମାତା ରହିଛନ୍ତି ସଲୋନି ଶର୍ମା । ଏହାକୁ ନେଇ କଙ୍ଗନା କହିଛନ୍ତି ସେ କେବଳ ଜଣେ ଅଭିନେତୀ ନୁହେଁ । ତାଙ୍କର ଦମଦାର ଅଭିନୟ ପାଇଁ ହିଁ ସେ ବଲିଉଡର କୁଇନ୍ ପାଲଟି ଯାଇଛନ୍ତି । ଫିଲ୍ମ ମଣିକର୍ନିକାଠାରୁ ଆରମ୍ଭ କରି ଥାଲାଇବି, ଧାକଡ, ପଙ୍ଗା ଭଳି ହିଟ୍ ଫିଲ୍ମ ଦେଇଥିବା କଙ୍ଗନା ଏଥର ବି ତାଙ୍କର ଦମଦାର ଅଭିନୟ ଦେଖାଇବେ । ଏବେ ସେ ବଲିଉଡର ସବୁଠାରୁ ବିଜି ଆକ୍ଟ୍ରେସ୍ ବୋଲି କୁହାଯାଉଛି ।

Share