ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍ ଗୁରୁବାର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଥିବା ବେଳେ ଏବେ ଚର୍ଚ୍ଚାରେ ଥିବା ବଲିଉଡ୍ ନାୟିକା କଙ୍ଗନା ରାନାୱତ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । କଙ୍ଗନା ଏକ ଭିଡିଓ ଜାରି କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଉକ୍ତ ଭିଡିଓରେ ସେ କହିଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀ, ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଯଦିଓ ଆପଣଙ୍କ ସହ ମୋର ୨-୩ଥର ଦେଖାହୋଇଛି ହେଲେ ଆପଣଙ୍କ ସହ କଥା ହେବାର ଅବସର ମିଳିନାହିଁ । ଆପଣଙ୍କୁ ଦେଶ ବହୁତ ଚାହୁଁଛି । ଗୁଡାଏ ସ୍ଥାନରେ ଆପଣଙ୍କୁ ଭୁଲ୍ ବୋଲି ଦର୍ଶାଯାଉଛି । ହେଲେ ଏହା କେବଳ ଜନମତକୁ ପ୍ରଭାବିତ କରିବା ପାଇଁ କରାଯାଉଛି । ହେଲେ ଆପଣଙ୍କୁ ଯେଉଁ ଶ୍ରଦ୍ଧା, ସମ୍ମାନ, ଭ୍କ୍ତି ମିଳୁଛି ତାହା ବୋଧହୁଏ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀଙ୍କୁ ମିଳୁ ନ ଥିବା ମୋର ମନେହୁଏ । ଆମେମାନେ ଭାଗ୍ୟବାନ ଯେ ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀଙ୍କୁ ପାଇଛୁ । ଦେଶର ଯେଉଁ ସାଧାରଣ ଜନତା ସୋସିଆଲ ମିଡିଆ ସହ ଜଡିତ ନୁହେଁ ସେମାନେ ବି ଆପଣଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।