କଙ୍ଗନାଙ୍କ କୋଭିଡ୍‌ ପୋଷ୍ଟ ଡିଲିଟ୍‌ କଲା ଇନ୍‌ଷ୍ଟାଗ୍ରାମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କାରଣ ଇନଷ୍ଟାଗ୍ରାମ୍‌ କଙ୍ଗନା ରାଣାଓ୍ବତଙ୍କ କରୋନା ପଜିଟିଭ୍‌ ପୋଷ୍ଟକୁ ଡିଲିଟ୍‌ କରିଦେଇଛି। କଙ୍ଗନା ନିକଟରେ କରୋନା ପଜିଟିଭ୍‌ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ସେ କ୍ୟାପଶନ ଲେଖିଥିଲେ, ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସେ ଏହାକୁ ସାମାନ୍ୟ ‘ଫ୍ଲୁ’ ବୋଲି କହିଥିଲେ। ଯାହାକୁ ତୀବ୍ର ବିରୋଧ କରାଯାଇଥିଲା।

ସମଗ୍ର ବିଶ୍ୱରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ କଙ୍ଗନାଙ୍କ ଏପରି ପୋଷ୍ଟ ୟୁଜରମାନଙ୍କୁ ବ୍ୟଥିତ କରିଥିଲା। ଫଳରେ ସେ ଟ୍ରୋଲର ଶିକାର ହୋଇଥିଲେ। କାରଣ କଙ୍ଗନା ଜଣେ ଅଭିନେତ୍ରୀ ହୋଇ ସୋସିଆଲ ମିଡିଆରେ ଏପରି ସମ୍ବେଦନଶୀଳ ତଥା ଭୁଲ ତଥ୍ୟ ଦେଇଥିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଏହା ପରେ ଇନ୍‌ଷ୍ଟାଗ୍ରାମ କଙ୍ଗନାଙ୍କ ଏହି କୋଭିଡ୍‌ ପୋଷ୍ଟଟିକୁ ଡିଲିଟ୍‌ କରିଦେଇଛି।

ସ୍ମରଣଯୋଗ୍ୟ, ଗତ ସପ୍ତାହରେ କଙ୍ଗନାଙ୍କ ଟୁଇଟର ଆକାଉଣ୍ଟ ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।

Share