Categories: ଜାତୀୟ

ସଞ୍ଜୟ ରାଉତଙ୍କୁ ଧମକ ଦେଇ ଗିରଫ ହେଲେ କଙ୍ଗନାଙ୍କ ପ୍ରଶଂସକ

ମୁମ୍ବାଇ,୧୧ ।୯: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ସୋସିଆଲ ମିଡିଆରେ ଧମକ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ମୁମ୍ବାଇ ପୋଲିସର ଏକ ଟିମ୍ କୋଲକାତା ପୋଲିସର ସହଯୋଗରେ ପଲାଶ ଘୋଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ଶୁକ୍ରବାର ଟଲିଗଞ୍ଜ ସ୍ଥିତ ତାଙ୍କ ଘରୁ ପଲାଶଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ସେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସମର୍ଥକ ବୋଲି ଦାବି କରିଛନ୍ତି । ତେବେ ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ପଲାଶ ସୋସିଆଲ ମିଡିଆରେ ସଞ୍ଜୟଙ୍କୁ ଧମକ ଦେଇ ଲେଖିଥିଲେ ତାଙ୍କୁ ‘ଗମ୍ଭିର ପରିଣତି’ ଭୋଗିବାକୁ ପଡିବ । ଏବେ ତାଙ୍କୁ ଅଲିପୁର ଅଦାଲତରେ ହାଜର କରାଯିବ କି ମୁମ୍ବାଇ ପୋଲିସ ପଲାଶଙ୍କୁ ମୁମ୍ବାଇ ନେବ ତାହା ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ, କିଛିଦିନ ହେବ ଶିବସେନା ନେତା ସଞ୍ଜୟ ରାଉତ ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ କଥା କଟାକଟି ଜାରି ରହିଛି ।

Share