କଙ୍ଗନାଙ୍କ ଫିଲ୍ମକୁ ମିଳିଲା ସେନ୍ସର ବୋର୍ଡର ସାର୍ଟିଫିକେଟ୍‌, ଖୁବ୍‌ଶୀଘ୍ର ହେବ ରିଲିଜ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ରିଲିଜ୍‌ ହେବ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ଏମରଜେନ୍ସି। ସେନ୍ସର ବୋର୍ଡ କିଛି ସର୍ତ୍ତ ରଖି ଏହି ଫିଲ୍ମକୁ ସାର୍ଟିଫିକେଟ୍‌ ଦେଇଛନ୍ତି। ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି କି, ଫିଲ୍ମରୁ କିଛି ସିନ୍‌ କୁ କଟାଯିବ। ଏବଂ ଶେଷଦୃଶ୍ୟ ପରସମାପ୍ତି ଏକ ଉଚିତ୍‌ କନକ୍ଲୁସନରେ ପହଞ୍ଚିବା ଦରକାର। ଏହାପରେ ଫିଲ୍ମ ରିଲିଜ୍‌ ହୋଇପାରିବ ବୋଲି ବୋର୍ଡ କହିଛି।

ସୂଚନାତାଉ କି, ସେନ୍ସର ବୋର୍ଡ ଏମରଜେନ୍ସି ଫିଲ୍ମ ମେକର୍ସଙ୍କୁ କିଛି ଦୃାୟ କାଟିବାକୁ ନିର୍ଦ୍ଦୋ ଦେଇଛନ୍ତି। ଏଥିସହ ଡିସକ୍ଲେମର ଦେବାକୁ ମଧ୍ୟ କହିଛନ୍ତି। ଫିଲ୍ମରେ ଯେଉଁସବୁ ଐତିହାସିକ ଦୃଶ୍ୟପଟ ଦେଖାଯାଇଛି ସେଥିରେ ଡିସକ୍ଲେମର ଦେବାକୁ ବୋର୍ଡ କହିଛି। ତେବେ ଏମରଜେନ୍ସିକୁ ୟୁଏ ସାର୍ଟିଫିକେଟ ମିଳିଛି। କିନ୍ତୁ ଏହି ମାନ୍ୟତା ସେତେବେଳେ ମିଳିବ ଯେତେବେଳେ ଫିଲ୍ମ ମେକର୍ସ କିଛି ଦୃଶ୍ୟକୁ ଫିଲ୍ମରୁ କାଟିବେ।

Share