ବକ୍ସ ଅଫିସ୍‌ରେ କ୍ରାସ୍‌ ହେଲା କଙ୍ଗନାଙ୍କ ‘ତେଜସ୍‌’

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ତେଜସ’ ବକ୍ସ ଅଫିସ୍‌ରେ ସୁପର ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ‘ତେଜସ’ ରିଲିଜ ହେବାର ୧୧ ଦିନ ବିତିଗଲାଣି କିନ୍ତୁ ଫିଲ୍ମଟି ୬ କୋଟି ଟଙ୍କା ମଧ୍ୟ ରୋଜଗାର କରିପାରି ନାହିଁ। ଫିଲ୍ମଟି ଏପର୍ଯ୍ୟନ୍ତ ମାତ୍ର ୫.୯ କୋଟି ଟଙ୍କା ରୋଜଗାର କରିଛି।
‘ତେଜସ’ ୨୭ ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଫିଲ୍ମ ରିଲିଜ ହେବା ପୂର୍ବରୁ କଙ୍ଗନା ଏହାକୁ ଜୋରଦାର ପ୍ରଚାର କରିଥିଲେ। ଏହା ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଛି। ସର୍ଭେଶ ମେୱାଡାଙ୍କ ନିର୍ଦ୍ଦେଶିତ  ଫିଲ୍ମ ‘ତେଜସ’ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା।
‘ତେଜସ’ ପୂର୍ବରୁ କଙ୍ଗନା ‘ଚନ୍ଦ୍ରମୁଖୀ ୨’ରେ ନଜର ଆସିଥିଲେ। ଅଭିନେତ୍ରୀଙ୍କ ଏହି ଫିଲ୍ମ ମଧ୍ୟ ଫ୍ଲପ ବୋଲି ପ୍ରମାଣିତ ହୋଇଥିଲା। ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଧାରିତ ଫିଲ୍ମ ‘ଏମରଜେନ୍ସୀ’ରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ୍‌ରେ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ବ୍ୟତୀତ ଅନୁପମ ଖେର, ଭୁମିକା ଚାୱଲା, ମହିମା ଚୌଧୁରୀ, ମିଲିନ୍ଦ ସୋମେନ ଏବଂ ସ୍ବର୍ଗତ ଅଭିନେତା ସତୀଶ କୌଶିକଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Share