ମୁମ୍ବାଇ,୨୮।୧୨-ଦୀର୍ଘ ଦିନ ଧରି ନିଜର ହୋମ୍ଟାଉନ ମନାଲିରେ ରହିବା ପରେ ପୁଣିଥରେ ମୁମ୍ବାଇ ଫେରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍। ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଭଉଣୀ ରଙ୍ଗୋଲି ଓ ପୁତୁରା ପ୍ରୀତିରାଜଙ୍କ ସହ ଦେଖିବାକୁ ମିଳିଛି।
ଏୟାରପୋର୍ଟରେ କୁଲ ଲୁକରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ଚାରିପାଖେରେ ସିକ୍ୟୁରିଟି ଘେରି ରହିଥିଲେ। ସେ ଏୟାରପୋର୍ଟରୁ ବାହାରକୁ ଆସିବା ପରେ କାରରେ ବସି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।