ମାମଲା ରୁଜୁ ପରେ କଙ୍ଗନା କହିଲେ…

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ମନ୍ତବ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ମୋଦି ସରକାର କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ କଙ୍ଗନା କୃଷକଙ୍କ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ ସହିତ ତୁଳନା କରିଛନ୍ତି। ଯାହା ପରେ ଦେଶର ବିଭିନ୍ନ ଅଞ୍ଚଳରେ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି। ଶିଖ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମହାରାଷ୍ଟ୍ର ପୋଲିସ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହା ସତ୍ତ୍ୱେ କଙ୍ଗନାଙ୍କୁ କିଛି ଫରକ ପଡିନାହିଁ। ତାଙ୍କ ଇନଷ୍ଟା ଷ୍ଟାଟସ୍‌ରେ ନିଜର ଏକ ବୋଲ୍ଡ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ହାତରେ ଏକ ଗ୍ଲାସ ମଦ ଧରିଥିବାର ନଜର ଆସିଛନ୍ତି। ଏଥିପାଇଁ କଙ୍ଗନା ଲେଖିଛନ୍ତି, ଆଉ ଏକ ଦିନ, ଆଉ ଏକ ଏଫ୍‌ଆଇଆର୍‌ … ଯଦି ସେମାନେ ମୋତେ ଗିରଫ କରିବାକୁ ଆସନ୍ତି … ଏବେ ମୋ ମନ ଘରେ ଅଛି।
ବି-ଟାଉନ୍‌ରେ ଅଧିକାଂଶ ସେଲେବ୍ରିଟି ମୋଦିଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ କଙ୍ଗନା କିନ୍ତୁ କରିଛନ୍ତି ବିରୋଧ। ସେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଟୁଇଟ୍‌ କରି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, ‘ଏହା ଦୁଃଖଦାୟକ ଏବଂ ଲଜ୍ଜାଜନକ ଓ ଭୁଲ ନିଷ୍ପତ୍ତି। ଯଦି ସଂସଦରେ ବସୁଥିବା ସରକାରଙ୍କ ବଦଳରେ ରାସ୍ତାରେ ବହୁଥିବା ଲୋକେ ଆଇନ ପ୍ରଣୟନ କରିବା ଆରମ୍ଭ କରନ୍ତି ତେବେ ଏହା ମଧ୍ୟ ଏକ ଜିହାଦୀ ଦେଶ। ଯେଉଁମାନେ ଏହା କରନ୍ତି ସେମାନଙ୍କୁ ମୋର ଅଭିନନ୍ଦନ।’

Share