ହଂସଲ ମେହେଟାଙ୍କ ଟୁଇଟ୍ ଦେଖି କଙ୍ଗନା କହିଲେ ‘ଅଚ୍ଛା ଶିଲା ଦିଆ ତୁନେ ମେରେ ପ୍ୟାର କା’

ମୁମ୍ବାଇ: ବଲିଉଡ୍‌ରେ ବହୁ ଫିଲ୍ମ ସହ ୱେବ ସିରିଜ ନିର୍ମାଣ କରିଥିବା ହଂସଲ ମେହେଟା ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିମରନ’କୁ ନେଇ ସେ ବଡ କଥା କହିଛନ୍ତି । ସେ କହିଛନ୍ତି ‘ସିମରନ’ ମୋ କ୍ୟାରିୟରର ସବୁଠାରୁ ବଡ ଭୁଲ ଥିଲା । ସୂଚନାଯୋଗ୍ୟ, ଏହି ଫିଲ୍ମ ସମୟରେ ସେ ଏହାକୁ ଛାଡି ଚାଲି ଯାଇଥିଲେ । ଆଉ ଏବେ ଏହି ଫିଲ୍ମ ତାଙ୍କ କ୍ୟାରିୟରର ବଡ ଭୁଲ ବୋଲି ସେ କହିଛନ୍ତି । ଟୁଇଟ୍ କରି ହଂସଲ ଏହା କହିଛନ୍ତି । ସେ କହିଛନ୍ତି ମୁଁ ଭଲ ବିଶ୍ୱାସ ସହ ଆନ୍ନାଙ୍କୁ ସମର୍ଥନ କରିଥିଲି । ପରେ କେଜରିୱାଲଙ୍କୁ ସମର୍ଥନ କଲି । ଏଥିପାଇଁ ମୁଁ ଅନୁତାପ କରୁ ନାହିଁ । କାରଣ ଆମେ ସମସ୍ତେ ଭୁଲ କରୁ । ଯେମିତି ମୁଁ ‘ସିମରନ’ ନିର୍ମାଣ କରିଥିଲି । ଏହାପରେ ତାଙ୍କର ଏହି ଟୁଇଟକୁ ରିଟୁଇଟ୍ କରି ଅଭିନେତ୍ରୀ କଙ୍ଗନା ରାନାୱତ କିଛି ଖଟାମିଠା କଥା କହିଛନ୍ତି । କଙ୍ଗନା ଏଥିରେ ନାୟିକା ଥିଲେ । ସେ କହିଛନ୍ତି ଆପଣ ଠିକ୍ କହିଛନ୍ତି ହଂସଲ ସାର୍ । ହେଲେ ଆପଣ ଏବେବି ସ୍ୱୀକାର କରିବେ ଯେ ସେତେବେଳେ ମୁଁ ଆଣଙ୍କ ସହ ଛିଡା ହୋଇଥିଲି । ହେଲେ ଏବେ ଆପଣ ଏହା କହୁଛନ୍ତି । ଆଉ ଏହା ଦେଖିବା ପରେ ମୋତେ ଗୋଟିଏ ଗୀତ ଗାଇବାକୁ ଇଚ୍ଛା ହେଉଛି । ଯାହା ହେଉଛି, ‘ଅଚ୍ଛା ଶିଲା ଦିଆ ତୁନେ ମେରେ ପ୍ୟାର କା’ । ଏହାସହ କଙ୍ଗନା ଏକ ହସିବା ଇମୋଜି ମଧ୍ୟ ଦେଇଛନ୍ତି । ଏହା ଦେଖିବା ପରେ ହଂସଲ ଏହାର ଉତ୍ତର ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ଏହି ଟୁଇଟ୍ ଆପଣଙ୍କ ଉଦ୍ଦେଶ୍ୟରେ ନ ଥିଲା । ଦ୍ୱିତୀୟ କଥା ହେଉଛି ଫିଲ୍ମ ରିଲିଜ୍ ହେବା ପରେ ମୋ ସହ ଏମିତି କିଛି ଘଟିଥିଲା ଯାହା ଫଳରେ ମୁଁ ଭାଙ୍ଗି ପଡିଥିଲି । ସେଥିପାଇଁ ମୁଁ ଭାବେ ‘ସିମରନ’ ମୋ କ୍ୟାରିୟରର ବଡ ଭୁଲ ଥିଲ । ଆପଣ ଜଣେ ଭଲ କଳାକାର, ମୁଁ ଆପଣଙ୍କୁ ସମ୍ମାନ କରେ ।

Share