ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଇନ୍‌ଷ୍ଟାଗ୍ରାମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବ୍ରିଟେନର ରାଣୀ ଏଲିଜାବେଥ୍‌ଙ୍କ କଳାଧଳା ଫଟୋ ପୋଷ୍ଟ କରିଛନ୍ତି। ଉଭୟ କିମ୍ବଦନ୍ତୀ ମହିଳା କେବଳ ନିଜ ଦେଶରେ ନୁହେଁ ବିଶ୍ୱ ସ୍ତରରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଯେହେତୁ କଙ୍ଗନା ଫିଲ୍ମ ‘ଏମରଜେନ୍ସି’ ରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ତେଣୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି। ସମ୍ପ୍ରତି ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ହୋଇଛି, ଏହି ଦୁଇ ଶକ୍ତିଶାଳୀ ମହିଳାଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖି କଙ୍ଗନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଇନ୍ଦିରା ଗାନ୍ଧୀ ଏବଂ ରାଣୀ ଏଲିଜାବେଥ୍‌ଙ୍କ ଥ୍ରୋବ୍ୟାକ୍‌ ଫଟୋକୁ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିଛନ୍ତି। ଫଟୋରେ ଇନ୍ଦିରା ଗାନ୍ଧୀ ଏକ ଶାଢ଼ି ପିନ୍ଧିଥିବାବେଳେ ରାଣୀ ପୂର୍ବପରି ମୋତି ଏବଂ ପୋଷାକରେ ନଜର ଆସିଛନ୍ତି।

ଇନ୍ଦିରା ଗାନ୍ଧୀ ଏବଂ ରାଣୀ ଏଲିଜାବେଥଙ୍କ ଏହି କଳାଧଳା ଫଟୋ ନଭେମ୍ବର ୧୯୮୩ରେ ନିଆଯାଇଥିଲା। ରାଣୀ ସେତେବେଳେ ଭାରତ ଆସିଥିଲେ। ଏହି ଫଟୋ ଶେୟାର କରି ଲିଜି ଲେଖିଛନ୍ତି, ‘ଉଭୟ ମହାନ ମହିଳାଙ୍କୁ ମନେ ପକାଉଛନ୍ତି। ଶକ୍ତି, ସାହସ ଏବଂ ବିଶ୍ୱସ୍ତତା # କୁଇନ୍ସ। ଏହି ଫଟୋ ଶେୟାର କରି କଙ୍ଗନାଙ୍କୁ ଟ୍ୟାଗ କରାଯାଇଛି। ଏହାକୁ କଙ୍ଗନା ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଶେୟାର କରିଛନ୍ତି।

ଇନ୍ଦିରା ଗାନ୍ଧୀ ଦେଶର ଏକମାତ୍ର ମହିଳା, ଯିଏ କି ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଅଦମ୍ୟ ସାହସ ପାଇଁ ଏବେବି ସ୍ମରଣୀୟ। ସେ ଦୁଇଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଅକ୍ଟୋବର ୧୯୮୪ରେ ଇନ୍ଦିରାଙ୍କୁ ହତ୍ୟା କରାଯାଇଥିଲା। ରାଣୀ ଏଲିଜାବେଥ୍‌ ମଧ୍ୟ ୭୦ ବର୍ଷ ଧରି ଶାସନ ଗାଦିରେ ବସିଥିଲେ।

କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସି’ ସହିତ ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି ଏବଂ ଫିଲ୍ମଟି ନିଜେ ଲେଖିଛନ୍ତି। ଫିଲ୍ମର ସ୍କ୍ରିନ, ସ୍କ୍ରିପ ଏବଂ ସଂଳାପକୁ ରିତେଶ ଶାହା ଲେଖିଛନ୍ତି। ଏହି ଫିଲ୍ମ କଙ୍ଗନା ଇନ୍ଦିରା ଗାନ୍ଧୀ, ଅନୁପମ ଖେର ଜେ.ପି ନାରାୟଣ, ମହିମା ଚୌଧୁରୀ ପୁପୁଲ ଜେକର, ଶ୍ରେୟାସ ତାଲପଡେ ଅଟଳ ବିହାରୀ ବାଜପେୟୀ, ମିଲିନ୍ଦ ସୋମନ, ସାମ୍‌ ମାନେକଶା ଏବଂ ବିଶାକ ସଞ୍ଜୟ ଗାନ୍ଧୀ ଭୂମିକାରେ ନଜର ଆସିବେ।

Share