Categories: ଜାତୀୟ

ରାହୁଲଙ୍କର ଏ କି ଫଟୋ ଶେୟାର କଲେ କଙ୍ଗନା, ସୋସିଆଲ ମିଡିଆରେ ବୋବାଲ

ନୂଆଦିଲ୍ଲୀ,୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏଡିଟେଡ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ଅଛନ୍ତି ଭାଜପା ଏମପି କଙ୍ଗନା ରାଣାଓ୍ବତ। କଙ୍ଗନା ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ଏହି ଫଟୋରେ ରାହୁଲ ଗାନ୍ଧୀଙ୍କ ମୁଣ୍ଡରେ ମୁସଲମାନ ସମ୍ପ୍ରଦାୟର ଟୋପି ରହିବା ସହ ତାଙ୍କ କପାଳରେ ଚନ୍ଦନ ଓ ତିଳକ ଲଗାଯାଇଛି ଏବଂ ତାଙ୍କ ବେକରେ ଏକ କ୍ରସ ମଧ୍ୟ ଅଛି। ଏହି ଫଟୋ ତଳେ ଲେଖାଯାଇଛି, ଜାତିଜୀବୀଙ୍କ ଠାରୁ ନ ପଚାରି ଜାତି ଜନ ଗଣନା କରିବା ଉଚିତ। ତେବେ ଏହି ଏଡିଟେଡ ଫଟୋ ପୋଷ୍ଟ କରି କଙ୍ଗନାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି।

ଅନ୍ୟ ଏକ ପୋଷ୍ଟ କରି କଙ୍ଗନା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। କଙ୍ଗନା କହିଛନ୍ତି, ଦ୍ୱିତୀୟ ଥର ପାଇଁ ଭାରତକୁ ଭାଗ ଭାଗ କରିବା କଥା କୁହ ନାହିଁ। କୌଣସି ଭାରତୀୟଙ୍କ ତାଙ୍କ ଜାତି ପଚାରିବା ପରି ଛୋଟ କଥାବାର୍ତ୍ତା କରନ୍ତୁ ନାହିଁ। ନିଜ ଘରକୁ ନିଆଁ ଲଗାଇବା ଭଳି କାର୍ଯ୍ୟ କରନ୍ତୁ ନାହିଁ।

Share