ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ କଙ୍ଗନା: ସଞ୍ଜୟ

ମୁମ୍ବାଇ,୬।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଏବେ ସଞ୍ଜୟ ରାଉତ କହିଛନ୍ତି କଙ୍ଗନା ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ। ହେଲେ ସଞ୍ଜୟ କେବେ କଙ୍ଗନାଙ୍କୁ କ୍ଷମା ମାଗିବେ ବୋଲି ପ୍ରଶ୍ନରେ ସଞ୍ଜୟ କହିଛନ୍ତି କଙ୍ଗନା ଆଗ ମହାରାଷ୍ଟ୍ରକୁ କ୍ଷମା ମାଗି ସାରନ୍ତୁ। ତା’ପରେ ମୁଁ ଚିନ୍ତା କରିବି। କଙ୍ଗନା ମୁମ୍ବାଇକୁ ମିନି ପାକିସ୍ତାନ କହିଥିବାରୁ ସେ ପ୍ରଥମେ କ୍ଷମା ମାଗିବା କଥା। ଯାହା ସେ ମହାରାଷ୍ଟ୍ର ପାଇଁ କହିଲେ ସମାନ କଥା ସେ ଅହମଦାବାଦ ପାଇଁ କହିପାରିବେ କି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର କଙ୍ଗନା ଟୁଇଟ୍‌ କରି କହିଥିଲେ ଶିବସେନା ନେତା ସଞ୍ଜୟ ରାଇତ ତାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଇଥିଲେ। ଏହାକୁ ନେଇ କଙ୍ଗନା ମୁମ୍ବାଇକୁ ମିନି ପାକିସ୍ତାନ ସହ ତୁଳନା କରିଥିବା କହିଛନ୍ତି।

Share