‘ଟୁଇଟର୍‌’ର ସମର୍ଥନ କଲେ କଙ୍ଗନା

ଦେଶର ପ୍ରତ୍ୟେକ ପ୍ରସଙ୍ଗରେ ରୋକଠୋକ ଜବାବ ରଖୁଥିବା ବଲିଉଡ ରାଣୀ କଙ୍ଗନା ରାନାୱତ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’କୁ ନେଇ ବ୍ୟସ୍ତ ଅଛନ୍ତି। କଙ୍ଗନା ଇନଷ୍ଟାଗ୍ରାମ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଫିଲ୍ମ ସହ ଜଡିତ ପ୍ରତ୍ୟେକ ଅପଡେଟ ମଧ୍ୟ ଶେୟାର କରୁଛନ୍ତି। ଏହି ସମୟରେ କଙ୍ଗନା ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। କଙ୍ଗନା ଟୁଇଟରକୁ ‘ସର୍ବଶ୍ରେଷ୍ଠ ସୋସିଆଲ ମିଡିଆ ପ୍ଲାଟଫର୍ମ’ ବୋଲି କହିଛନ୍ତି।
ମେ ୨୦୨୧ରେ, ଟୁଇଟର୍‌ ନିୟମକୁ ବାରମ୍ବାର ଉଲ୍ଲଂଘନ କରିଥିବାରୁ କଙ୍ଗନାଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହୋଇଯାଇଥିଲା।

Share