ସିଝା ଅଣ୍ଡା ଭଳି ଦେଖାଯାଉଛନ୍ତି ଷ୍ଟାର କିଡସ୍‌: କଙ୍ଗନା

ମୁମ୍ବାଇ: କଙ୍ଗନା ରାନାୱତ ଏମିତି ଏକମାତ୍ର ଅଭିନେତ୍ରୀ ଯେକି ବିନା ହିରୋରେ ୧୦୦ କୋଟିର ମୁଭିଜ ଦେଇପାରନ୍ତି । କଙ୍ଗନାଙ୍କୁ ତାଙ୍କ ଦମଦାର ଅଭିନୟ ପାଇଁ ୪ ଥର ନ୍ୟାଶନାଲ ଆୱାର୍ଡ ମିଳିସାରିଛି । କେବଳ ସେତିକି ନୁହେଁ ବିଭିନ୍ନ ଚର୍ଚ୍ଚିତ ବିଷୟକୁ ନେଇ କଙ୍ଗନା କିଛି ବୟାନ ଦେଇ ବେଳେ ବେଳେ ବିବାଦ ମଧ୍ୟକୁ ଚାଲି ଆସିଥାଆନ୍ତି । ଏହି ପଙ୍ଗା ଗର୍ଲ ଶିବସେନା ସରକାର ସହ ବି ଟକ୍କର ଦେବାକୁ ପଛାଇ ନ ଥିଲେ । ବିଏମସି କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ସରକାରଙ୍କୁ କାଠଗଡାରେ ଠିଆ କରିଥିବା ଅଭିନେତ୍ରୀ ହେଉଛନ୍ତି କଙ୍ଗନା । ଏମିତିକି ନେପେଟେିଜମକୁ ନେଇ ବି ଚର୍ଚ୍ଚାରେ ଥିଲେ କଙ୍ଗନା । ବଲିଉଡ ଇଣ୍ଡଷ୍ଟ୍ରିରେ ଚାଲିଥିବା ନେପୋଟିଜମକୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି ଏହି ନାୟିକା ।
ନିକଟରେ ଏକ ସାକ୍ଷାତକାରରେ କଙ୍ଗନାଙ୍କୁ ପଚରା ଯାଇଥିଲା ବଲିଉଡ ସିନେମାଠାରୁ ସାଉଥ୍ ସିନେମା କ’ଣ ଅଧିକ କରି ସଫଳତା ପାଇଛି । କଙ୍ଗନା କହିଥିଲେ ସାଉଥ୍ ଫିଲ୍ମ ନିଜ ଦର୍ଶକଙ୍କୁ ବାନ୍ଧି ରଖିଛି । ଦର୍ଶକଙ୍କ ସହ ସାଉଥ୍ ଇଣ୍ଡଷ୍ଟ୍ରି ଯୋଡି ହୋଇ ରହିଛି । ହେଲେ ବଲିଉଡ ଷ୍ଟାରଙ୍କର ପିଲାମାନେ ପାଠପଢିବାକୁ ବିଦେଶ ଚାଲି ଯାଉଛନ୍ତି । ସେଠାରେ ସେମାନେ ଇଂଲିଶରେ କଥା ହେଉଛନ୍ତି । କେବଳ ହଲିଉଡ ମୁଭି ଦେଖୁଛନ୍ତି । ଛୁରି, କଣ୍ଟା ଚାମଚରେ ଖାଉଛନ୍ତି ଆଉ ଭିନ୍ନ ଭାଷାରେ କଥା ହେଉଛନ୍ତି । ସେମାନେ କିପରି ଦର୍ଶକଙ୍କ ସହ ଯୋଡି ହୋଇ ରହିବେ । ଏହାସହ ସେମାନେ ଦେଖିବାକୁ ବି ଅଜବ ଦେଖାଯାଉଛନ୍ତି ଯେମିତି ସିଝା ଅଣ୍ଡା ଭଳି । ସେମାନଙ୍କ ପୁରା ଲୁକ ବଦଳି ଯାଉଛି ସେଥିପାଇଁ ଦର୍ଶକେ ରିଲେଟ କରିପାରୁ ନାହାନ୍ତି । ତେବେ କଙ୍ଗନା ପୁଣି କହିଛନ୍ତି ମୋର ଉଦ୍ଦେଶ୍ୟ ନୁହେଁ କାହାକୁ ଟ୍ରୋଲ କରିବା ।
କେବଳ ସେତିକି ନୁହେଁ କଙ୍ଗନା ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଉଦାହରଣ ଦେଇ କହିଥିଲେ, ଦେଖନ୍ତୁ ପୁଷ୍ପା କେମିତି ଦେଖାଯାଉଛି । ଯାହାକୁ ଆମେ ଜାଣିଛୁ । ସବୁ ଶ୍ରମିକ ତା’ସହ ଯୋଡି ହୋଇ ଯିବେ । ଏବେକା ସମୟରେ ଆମର କେଉଁ ହିରୋ ଶ୍ରମିକ ଭଳି ଦେଖାଯାଉଛନ୍ତି । ହେଲେ ସାଉଥ୍ ଷ୍ଟାରମାନେ ସେମାନଙ୍କ ସଂସ୍କୃତି ସହ ସେମାନଙ୍କ ଲୋକଙ୍କ ସହ ଯୋଡି ହୋଇ ରହିଛନ୍ତି । ତେଣୁ ବଲିଉଡ ବି ନିଜ ଲୋକଙ୍କ ସହ ଯୋଡି ହୋଇ ରହିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri