ହାଇକୋର୍ଟରେ କଙ୍ଗନାଙ୍କୁ ଝଟ୍‌କା, ମାନହାନି ମାମଲା ରଦ୍ଦ ଆବେଦନ ଖାରଜ…

ମୁମ୍ବାଇ,୯।୯: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି। ତଙ୍କେ ବିରୋଧରେ ଜାଭେଦ ଅଖତର ମାନହାନି ମକଦ୍ଦମା ଦାଏର କରିଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ କଙ୍ଗନାଙ୍କ ଦ୍ୱାରା ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଏହାକୁ ବିଚାର କରି କୋର୍ଟ ଖାରଜ କରି ଦେଇଛନ୍ତି।

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଜାଭେଦ ଅଖତରଙ୍କ ବିରୋଧରେ ଟିଭି ସାକ୍ଷାତ୍‌କାରରେ ବହୁ ଅଭିଯୋଗ ଆଣିଥିଲେ। ଏହାପରେ ଜାଭେଦ ତାଙ୍କ ବିରୋଧରେ ୨୦୨୦ ନଭେମ୍ବରରେ ମାନହାନି ମକଦ୍ଦମା ଦାଏର କରିଥିଲେ।

୨୦୨୧ ମାର୍ଚ୍ଚ ୧ ରେ ମାଜିଷ୍ଟ୍ରେଟ କଙ୍ଗନାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରିଥିଲେ। ପରେ ମାର୍ଚ୍ଚ ୨୫ରେ କଙ୍ଗନାଙ୍କୁ ଜାମିନ ମିଳିଥିଲା।

କଙ୍ଗନା ମାନହାନି ମକଦ୍ଦମାକୁ ରଦ୍ଦ କରିବାକୁ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଏହି ଆବେଦନକୁ ଖାରଜ କରିବାକୁ ଜାଭେଦ ଅଖତର କୋର୍ଟଙ୍କୁ ଅନୁରୋଧ କରିଥିଲେ। ଅଖତରଙ୍କ ଓକିଲ ଏନ.କେ ଭରଦ୍ୱାଜ କହିଛନ୍ତି ଯେ ନିୟମ ଅନୁଯାୟୀ କଙ୍ଗନାଙ୍କ ବିରୋଧରେ ମାଜିଷ୍ଟ୍ରେଟ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥି ସହିତ ବର୍ତ୍ତମାନ କୋର୍ଟ କଙ୍ଗନାଙ୍କ ଆବେଦନକୁ ଖାରଜ ମଧ୍ୟ କରିଦେଇଛନ୍ତି।

Share