ପୁରୀ ଆସିବେ କଙ୍ଗନା

ମନାଲି,୨୩।୧୨-ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଆଗାମୀ ବର୍ଷ ଶ୍ରୀକ୍ଷେତ୍ର ପୁରୀକୁ ଆସି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏ ନେଇ ନିଜେ କଙ୍ଗନା ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, କିଛି ବର୍ଷ ତଳେ ମୁଁ ମୋ ମା’ଙ୍କ ସହ କାଶୀ ବିଶ୍ବନାଥଜୀଙ୍କ ଦର୍ଶନ କରିଥିଲି। ସେଠାରେ ମୁଁ ୭ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିଥିଲି। ଏବେ ନୂଆବର୍ଷରେ ମୁଁ କେଦାରନାଥ ଯାଇ ସେଠାରେ ଆଠଟି ଜ୍ୟୋର୍ତିଲିଙ୍ଗର ଦର୍ଶନ କରିବାକୁ ଚାହୁଁଛି। ଏଥିସହ ଓଡିଶାର ପୁରୀ ଜଗନ୍ନାଥ ଧାମ ଯିବାକୁ ଚାହଁୁଛି ବୋଲି କଙ୍ଗନା ଟୁଇଟରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ କଙ୍ଗନା ରଣାଓ୍ବତ ମନାଲିରେ ପରିବାର ସହ ଛୁଟି କଟାଉଛନ୍ତି। ଗତ ସପ୍ତାହରେ କଙ୍ଗନା ତାଙ୍କ ଫିଲ୍ମ ଥଲାଇଭିର ସୁଟିଂ ଶେଷ କରିଛନ୍ତି। ସୁଟିଂ ଶେଷ କରିବା ପରେ ସେ ତାଙ୍କ ପରିବାର କିଛି ସମୟ ବିତାଇବା ପାଇଁ ମନାଲି ଆସିଛନ୍ତି।

Share