୩ ମାସରେ ଆସିବ କଙ୍ଗନାଙ୍କ ୩ ଫିଲ୍ମ, ଶେୟାର କଲେ ରିଲିଜ ଡେଟ୍‌

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବୁଧବାର ଆଗାମୀ ଫିଲ୍ମ ‘ତେଜସ୍‌’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ସୂଚନା ଦେଇଛନ୍ତି, ଏହି ଫିଲ୍ମ ଅକ୍ଟୋବର ୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ କଙ୍ଗନା ବାୟୁସେନା ପାଇଲଟ ଭୂମିକାରେ ଅଭିନୟ କରୁଛନ୍ତି। ଶେୟାର ହୋଇଥିବା ଫଟୋଗୁଡ଼ିକରେ ଅଭିନେତ୍ରୀଙ୍କୁ ବାୟୁସେନା ୟୁନିଫର୍ମରେ ଦେଖିବାକୁ ମିଳିଛି। କଙ୍ଗନାଙ୍କ ଏହି ଫିଲ୍ମର ଶୁଟିଂ ୨୦୨୦ଠାରୁ ଚାଲିଥିଲା। କରୋନା ଯୋଗୁ ଫିଲ୍ମ ବିଳମ୍ବରେ ଶେଷ ହୋଇଥିଲା। ଶେଷରେ ଫିଲ୍ମଟି ଅକ୍ଟୋବରରେ ରିଲିଜ ପାଇଁ ପ୍ରସ୍ତୁତ।

ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର କଙ୍ଗନା ପାଇଁ ବହୁତ ଖୁସି ଆଣିବାକୁ ଯାଉଛି। କାରଣ ଏହି ତିନି ମାସ ମଧ୍ୟରେ କଙ୍ଗନାଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ମୁକ୍ତିଲାଭ କରିବ। ସେପ୍ଟେମ୍ବରରେ ‘ଚନ୍ଦ୍ରମୁଖୀ’, ‘ଅକ୍ଟୋବରରେ ‘ତେଜସ୍‌’ ଏବଂ ନଭେମ୍ବରରେ ‘ଇମରଜେନ୍ସ’ ରିଲିଜ ହେବ।

ସେ ଲେଖିଛନ୍ତି, ‘ଆମର ସାହସୀ ବାୟୁସେନା ପାଇଲଟଙ୍କ ସାହସିକତାକୁ ସମ୍ମାନ କରୁଛି।’ ଅକ୍ଟୋବର ୨୦ରେ ‘ତେଜସ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ପ୍ରଥମ ଫଟୋରେ କଙ୍ଗନା ବାୟୁସେନା ପାଇଲଟଙ୍କ ଗେଟ୍‌ଅପରେ ନଜର ଆସିଛନ୍ତି। ତାଙ୍କ ପଛରେ ଏକ ମଲ୍ଟି ରୋଲ ଯୁଦ୍ଧ ବିମାନ ଦୃଶ୍ୟମାନ ହେଉଛି। ଦ୍ୱିତୀୟ ଫଟୋରେ କଙ୍ଗନା ଆକ୍ସନ ଅବତାରରେ ନଜର ଆସିଛନ୍ତି, ତାଙ୍କ ପଛରେ ଏକ ଜ୍ୱଳନ୍ତ ଜିପ ଦୃଶ୍ୟମାନ ହୋଇଛି। ଆଗାମୀ ଫିଲ୍ମ ସହ ଜଡ଼ିତ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।

Share