ଆସୁଛି କଙ୍ଗନାଙ୍କ ଫିଲ୍ମ ‘ଧାକଡ଼’

ମୁମ୍ବାଇ: ଏକ ମେଗା ଆକ୍ସନ ଫିଲ୍ମକୁ ନେଇ ଆସୁଛନ୍ତି ବିବାଦୀୟ କୁଇନ କଙ୍ଗନା ରଣାୱତ। କେବଳ ବାସ୍ତବ ଜୀବନରେ ନୁହେଁ ଫିଲ୍ମ ଦୁନିଆରେ ମଧ୍ୟ ନିଜର ଦମ୍‌ଦାର ଅଭିନୟ ପାଇଁ ସେ ଚର୍ଚ୍ଚାରେ। ପ୍ରଥମ ଥର ପାଇଁ ବଲିଉଡ୍‌ ଫିଲ୍ମ ‘ଧାକଡ଼’ରେ ଜଣେ ମହିଳା ଗୁପ୍ତଚର ଭୂମିକାରେ ନଜର ଆସିବେ କଙ୍ଗନା। ତେବେ ଏହି ଥ୍ରିଲର ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ ୮ରେ ମୁକ୍ତିଲାଭ କରିବାର ଯୋଜନା ରହିଛି।
ଏଡିଟ ଦ୍ରୁତ ଗତିରେ ଚାଲିବା ସହ ଏକ ଭଲ ଆକ୍ସନ ଫିଲ୍ମ ହାତରେ ଥିବା ନିର୍ମାତାମାନେ ନିଶ୍ଚିତ ଅଛନ୍ତି । ଫିଲ୍ମରେ କଙ୍ଗନା ଏଜେଣ୍ଟ ଅଗ୍ନି ମାଧ୍ୟମରେ ନଜର ଆସିବେ। ଶିଶୁ ଚାଲାଣ, ମହିଳାଙ୍କୁ ଶୋଷଣ କଥାବସ୍ତୁକୁ ନେଇ ସେ ଦର୍ଶକଙ୍କ ସାମ୍ନାକୁ ଆସିବେ। କଙ୍ଗନାଙ୍କ ପ୍ରଥମ ଆକ୍ସନ ଲୁକ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରଜନିଶ ରଜୀ ଘାଇ। ଦୀପକ ମୁକୁଟ ଏବଂ ସୋହେଲ ମକଲାଇଙ୍କ ଦ୍ୱାରା ନିର୍ମିତ ଏକ ଅନ୍ତର୍ଜାତୀୟ ସ୍ତରର ଗୁପ୍ତଚର ଥ୍ରିଲର ଭାବରେ ଏହାର ପରିକଳ୍ପନା କରାଯାଇଛି ।

Share