Categories: ଜାତୀୟ

କଙ୍ଗନାଙ୍କୁ ଭାଜପାର ଚେତାବନୀ ପରେ ମୁହଁ ଖୋଲିଲେ ବନ୍ଧୁ ଚିରାଗ ପାସଓ୍ବାନ, କହିଦେଲେ ଏତେ ବଡ଼ କଥା!

ନୂଆଦିଲ୍ଲୀ,୨୭।୮: ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରାଣାୱତ ସବୁବେଳେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ କୃଷକ ଆନ୍ଦୋଳନ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ତାଙ୍କୁ ସବୁଆଡୁୁ ସମାଲୋଚନା କରାଯାଇଥିଲା।

କଙ୍ଗନା କୃଷକ ଆନ୍ଦୋଳନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଭାଜପା କହିଛି, କଙ୍ଗନାଙ୍କ ଟିପ୍ପଣୀ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଏଥିରେ ଦଳର କେଣସି ସମ୍ପୃକ୍ତି ନାହିଁ। ଭବିଷ୍ୟତରେ ସେ ଯେମିତି ଏପରି ବିବୃତ୍ତି ନ ଦେବେ ସେଥିପାଇଁ କଙ୍ଗନାଙ୍କୁ ଚେତାବନୀ ଦିଆଯାଇଛି।
ନିକଟରେ ହୋଇଥିବା କୃଷକଙ୍କ ଆନ୍ଦୋଳନ ସମୟରେ କଙ୍ଗନା ରାଣାୱତ ପ୍ରତିକ୍ରିୟା ଦେଇ କହିଥିଲେ, ପଞ୍ଜାବରେ କୃଷକ ଆନ୍ଦୋଳନ ନାମରେ ହିଂସା ପ୍ରଚାର କରାଯାଉଛି। ସେଠାରେ ଲୋକଙ୍କୁ ବଳାତ୍କାର ଓ ହତ୍ୟା କରାଯାଉଛି।

ତେବେ ଏହି ଘଟଣାକୁ ନେଇ ଟିଭି ଚ୍ୟାନେଲର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଙ୍ଗନାଙ୍କ ବନ୍ଧୁ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି, କଙ୍ଗନା ନିଶ୍ଚିତ ଭାବରେ ମୋର ଜଣେ ଭଲ ବନ୍ଧୁ । ମୁଁ ଜାଣିଛି କଙ୍ଗନା ହେଉଛନ୍ତି ଜଣେ ଦୃଢ ଇଚ୍ଛାଶକ୍ତ ମହିଳା। ତେଣୁ ସେ କୌଣସି ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ଆଜି ଯେତେବେଳେ ସେ ରାଜନୀତିରେ ଅଛନ୍ତି, ତାଙ୍କୁ କିଛି ମନ୍ତବ୍ୟ ଦେବା ପୂର୍ବରୁ ଥରେ ଚିନ୍ତା କରି ଦେଖିନେବା ଉଚିତ। ତେବେ ମୁଁ ଏଥିରେ କେଣସି ହସ୍ତକ୍ଷେପ କରୁନାହିଁ। ଏହା ହେଉଛି ଭାରତୀୟ ଜନତା ପାର୍ଟିର ନିଜସ୍ବ ବିଷୟ।

Share