କଙ୍ଗନାଙ୍କ ୪୮ କୋଟି ଟଙ୍କାର ଅଫିସ ଭାଙ୍ଗିଲା ବିଏମ୍‌ସି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ୪୮ କୋଟି ଟଙ୍କାର ଅଫିସକୁ ଭାଙ୍ଗି ଦେଇଛି ବିଏମ୍‌ସି। ସୁରକ୍ଷାବାହିନୀ ବଳୟ ମଧ୍ୟରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମ୍‌ସି ବେଆଇନ ନିର୍ମାଣ ଅଭିଯୋଗରେ ଭାଙ୍ଗି ଦେଇଛି। ଏନେଇ କଙ୍ଗନାଙ୍କୁ ପୂର୍ବରୁ ନୋଟିସ୍‌ ହୋଇଥିଲା।

ଅନ୍ୟପକ୍ଷରେ ଶିବସେନା-ମହାରାଷ୍ଟ୍ର ସରକାରଙ୍କ ବିରୋଧରେ କଙ୍ଗନା ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ବିଏମ୍‌ସିର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଙ୍ଗନା ମୁମ୍ବାଇ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏହି ପିଟିଶନର ଶୁଣାଣି ଆଉ ମାତ୍ର କିଛି ସମୟ ମଧ୍ୟରେ କରିବେ କୋର୍ଟ।

Share