ବ୍ରିସବେନ୍,୧୪।୧: ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଟିମ୍ ପେନ୍ଙ୍କୁ ଭାରତର ପୂର୍ବ ଖେଳାଳି ସୁନିଲ ଗାଭାସ୍କର କଟୁ ଟିପ୍ପଣୀ କରିଥିଲେ। ଗୁରୁବାର ଏହାର ଜବାବ ରଖିଛନ୍ତି ପେନ୍। ଗାଭାସ୍କର ନିଜର ରାୟ ଦେବାକୁ ସ୍ବତନ୍ତ୍ର। ତାଙ୍କର ମନ୍ତବ୍ୟ ଅଷ୍ଟ୍ରେଲିଆ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।
ସିଡନୀ ଟେଷ୍ଟ ଡ୍ର ହେବା ପରେ ପେନ୍ଙ୍କ ସମାଲୋଚନା କରି ତାଙ୍କ ପାଖରେ ଅଧିନାୟକ ଭାବେ କମ୍ ଦିନ ରହିଛି ବୋଲି ଗାଭାସ୍କର କହିଥିଲେ। ଶୁକ୍ରବାର ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ପୂର୍ବ ସନ୍ଧ୍ୟାରେ ପେନ୍ଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା। ଏହାର ଜବାବରେ ପେନ୍ କହିଥିଲେ, ସେ ନିଜର ରାୟ ଦେବାକୁ ସ୍ବତନ୍ତ୍ର। ଏହାର ପ୍ରଭାବ ଟିମ୍ ଉପରେ ପଡ଼ିବ ନାହିଁ। ସେ ଯାହା କହିବାକୁ ଚାହାନ୍ତି, କୁହନ୍ତି। ଶେଷରେ ମୁଁ ତାଙ୍କ ସହ ଯୁକ୍ତି କରିବାକୁ ଚାହେଁନାହିଁ ବୋଲି କହିଛନ୍ତି।