Categories: ଖେଳ

ଫେରୁଛନ୍ତି ଜାଡେଜା, ଭୟଭୀତ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨୮।୧: ବର୍ତ୍ତମାନ ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳୁଛି। ହେଲେ କ୍ରିକେଟ ପ୍ରଶଂସକଙ୍କ ନଜର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଉପରେ ରହିଛି। ଫେବୃୟାରୀ ୯ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ଭୟଭୀତ ହୋଇଛି। କାରଣ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫେରୁଛନ୍ତି।

ଆହତ ସମସ୍ୟାକୁ ନେଇ ଜାଡେଜା ଦୀର୍ଘଦିନରୁ କ୍ରିକେଟରୁ ଦୂରରେ ଥିଲେ। ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କୁ ସୁଯୋଗ ମିଳିଛି। ସିରିଜ ଆରମ୍ଭ ପୂର୍ବରୁ ଜାଡେଜା ରଣଜୀ ଟ୍ରଫିରେ ସୌରାଷ୍ଟ୍ର ପକ୍ଷରୁ ଅଧିନାୟକ ଭାବେ ମଇଦାନକୁ ଆସି ମୋଟ ୮ ଉଇକେଟ ନେଇଥିଲେ। ଏହାଛଡ଼ା କିଛି ରନ୍‌ ମଧ୍ୟ କରିଥିଲେ। ପୁରା ମ୍ୟାଚ୍‌ରେ ସେ ୪୧ ଓଭର ବୋଲିଂ କରିଥିଲେ। ଏଭଳି କରି ସେ ସମ୍ପୂର୍ଣ୍ଣ ଫିଟ୍‌ ଥିବା ସ୍ପଷ୍ଟ କରିଥିଲେ।

ଜାଡେଜାଙ୍କ ପ୍ରତ୍ୟାବର୍ତ୍ତନକୁ ଅଷ୍ଟ୍ରେଲିୟ ଗଣମାଧ୍ୟମ ଧ୍ୟାନର ସହ ନେଇ ତାଙ୍କୁ ଏକ ବଡ଼ ଆହ୍ବାନ ଭାବେ ଅବିହିତ କରିଛି। ଟିମ୍‌ ଅଷ୍ଟ୍ରେଲିଆ ତାଙ୍କଠାରୁ ସମ୍ଭାଳି ରହିବା ଉଚିତ ବୋଲି ଗଣମାଧ୍ୟମ କହିଛି।

Share