ଫିଲ୍ମ ‘ଧାକଡ଼’ର ଟିଜର ରିଲିଜ୍‌

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଅଭିନୀତ ଫିଲ୍ମ ‘ଧାକଡ଼’ର ଟିଜର ମଙ୍ଗଳବାର ରିଲିଜ ହୋଇଛି। ଟିଜରରେ କଙ୍ଗନାଙ୍କୁ ଜବରଦସ୍ତ ଲୁକ୍‌ରେ ଦେଖିବାକୁ ମିଳିଛି । ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିବା ଜଣାପଡିଛି। ତେବେ ରିଲିଜ୍‌ ହୋଇଥିବା ଟିଜରରେ କଙ୍ଗନା ଜବରଦସ୍ତ ଷ୍ଟଣ୍ଟ ଓ ଆକ୍ସନ କରୁଥିବାର ନଜର ଆସିଛି । ଫିଲ୍ମରେ କଙ୍ଗନାଙ୍କୁ ଏକ ସ୍ପାଇ ଏଜେଣ୍ଟ ଭାବରେ ଦେଖିବାକୁ ମିଳିବ। କଙ୍ଗନାଙ୍କ ବ୍ୟତୀତ ଏହି ଫିଲ୍ମରେ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମଟି ୨୦ ମେ’ରେ ରିଲିଜ୍‌ ହେବାକୁ ଯାଉଛି । ଯାହାର ସୂଚନା ନିଜେ କଙ୍ଗନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ରଜନୀଶ ଘଇ ଦେଇଥିବାବେଳେ ଏହାର ପ୍ରଯୋଜକ ହେଉଛନ୍ତି ଦୀପକ ମୁକୁଟ ଏବଂ ସୋହେଲ ମକଲଇ । ଫିଲ୍ମଟି ହିନ୍ଦୀ ଭାଷା ବ୍ୟତୀତ ତାମିଲ, ତେଲୁଗୁ ଏବଂ ମାଲାୟାଲାମ ଭାଷାରେ ମଧ୍ୟ ରିଲିଜ୍‌ ହେବ ।

Share