‘ପଠାନ’ର ସଫଳତାକୁ ଦେଖି ବିଳିବିଳାଇଲେ କଙ୍ଗନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିକଟରେ ଟୁଇଟରକୁ ଫେରିଛନ୍ତି । ଆଉ ଫେରିବା ପରେ ପୁଣିଥରେ ବଲିଉଡ ଉପରେ ହମଲା କରିଦେଇଛନ୍ତି । ଏବେ କଙ୍ଗନାଙ୍କ ଟାର୍ଗେଟରେ ରହିଛନ୍ତି, ବଲଇଉହ ବାଦଶାହା ଶାହାରୁଖ ଖାଁ ଓ ତାଙ୍କ ଅଭିନୀତ ମୁଭି ‘ପଠାନ’ । ନିକଟରେ ଏହି ମୁଭି ରିଲିଜ ହୋଇଯାଇଛି । ସବୁଥର କଙ୍ଗନା ତାଙ୍କ ଚିରାଚରିତ ଢଙ୍ଗରେ ‘ପଠାନ’କୁ ଟାର୍ଗେଟ କରୁଥିବା ବେଳେ ଏଥର କିନ୍ତୁ ସେ ମୁଭିର ସଫଳତାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଟୁଇଟ କରି ସେ ଦେଶର ଜନତାଙ୍କ ଉପରେ କିଛି ଅଭିଯୋଗ ବି ଆଣିଛନ୍ତି ।
କଙ୍ଗନା କହିଛନ୍ତି ବଲିଉଡ ଦର୍ଶକେ ସବୁବେଳେ ୩ ଖାଁଙ୍କୁ ପସନ୍ଦ କରିଥାଆନ୍ତି । ନିକଟରେ ଶାହାରୁଖଙ୍କ ରିଲିଜ ହୋଇଥିବା ମୁଭି ‘ପଠାନ’ ଏହାର ଉଦାହରଣ । ‘ପଠାନ’ର ଅଭୁତପୂର୍ବ ସଫଳତାକୁ ନେଇ ସେ ଶାହାରୁଖ ଓ ଦୀପିକାଙ୍କୁ ପ୍ରଶଂସା କରିଛନ୍ତି । ଲେଖିଛନ୍ତି ଶୁଭେଚ୍ଛା!!! ଏଥିରୁ ଜଣାପଡୁଛି କି ହିନ୍ଦୁ ମୁସଲମାନ ସମାନ ଭାବରେ ଶାହାରୁଖଙ୍କୁ ଭଏ ପାଇ ଥାଆନ୍ତି । ବହିସ୍କାର ମୁଭିକୁ କ୍ଷତି ପହଞ୍ଚାଇ ନ ଥାଏ ବରଂ ସାହାଯ୍ୟ କରିଥାଏ ଓ ଭଲ ସଙ୍ଗିତ କାମ କରିଥାଏ ଓ ଭାରତ ସୁପର ସେକ୍ୟୁଲାର ଅଟେ ।
ଏହା ପୂର୍ବରୁ କଙ୍ଗନା ମୁଭି ‘ପଠାନ’କୁ ନେଇ କିଛି ଟୁଇଟ କରିଥିବା ବେଳେ ଶାହାରୁଖଙ୍କ ପ୍ରଶଂସକ କିନ୍ତୁ ଏହାର ଜବାବ ରଖିଥିଲେ । ତେବେ ବେଶ କିଛିଦିନ ପରେ ପୁଣିଥରେ ବଲିଉଡ ଦୁନିଆକୁ ଫେରିବାରୁ ପ୍ରଶଂସକ ବଡ ପରଦାରେ ତାଙ୍କର ଅଭିନୟ ଦେଖିବା ସହ ପୁଣିଥରେ ସେ ଦର୍ଶକଙ୍କର ନିକଟତର ହୋଇଛନ୍ତି ।

Share