ବିବାହ କରିବେ କଙ୍ଗନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ସବୁବେଳେ ଜାଙ୍କ ବୟାନବାଜିକୁ େଇ ଚର୍ଚ୍ଚାରେ ଥା’ନ୍ତି। ଗୋଟିଏ ପଟେ ଅଭିନେତ୍ରୀ ତାଙ୍କର ପ୍ରତିଟି ଅଭିନୟ ଦମଦାର ପ୍ରଦର୍ଶନ କରୁଥିବାବେଳେ ଅନ୍ୟ ପଟେ ବି-ଟାଉନ ସେଲିବ୍ରେଟିଙ୍କ ସମାଲୋଚନା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ତାଙ୍କର ଆଗାମୀ ଫିଲ୍ମ ‘ଟିକୁ ଓ୍ବେଡ୍ସ ସେରୁ’ ରିଲିଜ୍‌ ହେବାକୁ ଯାଉଛି। ତେବେ ନିକଟରେ କଙ୍ଗନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ପାପାରାଜିଙ୍କୁ ଖୁସି ଖବର ଦେଉଥିବାର ନଜର ଆସିଛନ୍ତି।

ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବା କଙ୍ଗନା ନିକଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ‘ମଣିକର୍ଣ୍ଣିକା ଫିଲ୍ମ ପ୍ରଡକ୍ସନ’ ହାଉସ୍‌କୁ ସଜାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ସେ ବ୍ରାଇଡାଲ ବେଶରେ ସଜ ହୋଇଛନ୍ତି। ଭିଡିଓ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, କଙ୍ଗନା ବିବାହ କରିବାକୁ ଯାଉଛନ୍ତି। ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବହୁ ପ୍ରଶସଂକ ଏଥିରେ ରିଆକ୍ଟ କରି କମେଣ୍ଟ ଦେଉଛନ୍ତି।

ତେବେ ଏନେଇ କଙ୍ଗନା କହିଛନ୍ତି, ସାଜସଜ୍ଜା ତାଙ୍କ ବିବାହ ପ୍ରସ୍ତୁତିର ନୁହେଁ ବରଂ ‘ଟିକୁ ଓ୍ବେଡ୍ସ ସେରୁ’ର ଟ୍ରେଲର ପାଇଁ ଏକ ପ୍ରମୋସନାଲ ଷ୍ଟଣ୍ଟ। ଭିଡିଓରେ ଜଣେ ସାମ୍ବାଦିକ କଙ୍ଗନାଙ୍କୁ ପଚାରିଛନ୍ତି, ଆପଣ ବିବାହ କରିବେ କି? ଅଭିନେତ୍ରୀ ହସି ହସି ଉତ୍ତର ଦେଇଛନ୍ତିି, ‘ଆପଣ ଖବରକୁ ଅତିରଞ୍ଜିତ କରି ଦେଖାଇଥା’ନ୍ତି, ମୁଁ କେବଳ ଭଲ ଖବର ହିଁ ଆଣିଥାଏ।

Share