Categories: ଜାତୀୟ

‘କହ୍ନେୟା କୁମାରଙ୍କୁ ମାଡ଼ ମାରି ଉଚିତ ଶିକ୍ଷା ଦେଇଛୁ’, କଂଗ୍ରେସ ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୫: ‘ଆମେ ତାଙ୍କୁ ଉଚିତ ଶିକ୍ଷା ଦେଇଛୁ । ସେ ସ୍ଲୋଗାନ ଦେଇଥିଲେ, ‘ଭାରତ ତେରେ ଟୁକଡ ଟୁକଡେ ହୋଙ୍ଗେ’। ଅଫଜାଲ ମୋତେ କ୍ଷମା କରିବୁ। କାରଣ ତୁମ ହତ୍ୟାକାରୀ ଏବେ ବି ଜୀବିତ ଅଛନ୍ତି। କେହି ବି ଦେଶକୁ ଖଣ୍ଡ ଖଣ୍ଡ କରି ପାରିବେ ନାହିଁ। କାରଣ ସନାତନୀ ଜୀବିତ ଅଛି। କହ୍ନେୟା କୁମାରଙ୍କୁ ଦିଲ୍ଲୀକୁ ଆଉ ଆଦୌ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସେ ଭାରତୀୟ ଯବାନଙ୍କୁ ବଳାତ୍କାରୀ ବୋଲି କହିଛନ୍ତି। ତାଙ୍କୁ ମାଡ ମାରି ଉଚିତ ଶିକ୍ଷା ଦିଆଯାଇଛି’। ସଦ୍ୟତମ ଭାଇରାଲ ଭିଡିଓରେ ଏପରି କହିଛନ୍ତି ଦକ୍ଷ ଚୌଧୁରୀ। ଯିଏକି ଶୁକ୍ରବାର ସଂଧ୍ୟାରେ କଂଗ୍ରେସ ନେତା କହ୍ନେୟା କୁମାରଙ୍କୁ ଫୁଲମାଳ ପକେଇବା ନାଁରେ ମାଡ ମାରିଥିଲେ। ଏସବୁ କହୁଥିବାର ଭିଡିଓ ନିକଟରେ ଭାଇରାଲ ହୋଇଛି।

ସୂଚନା ଅନୁଯାୟୀ, ନିର୍ବାଚନ ପ୍ରଚାର ସମୟରେ ଭାଜପା, କହ୍ନେୟା କୁମାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତାମାନେ ଦାବି କରିଛନ୍ତି ଯେ, କହ୍ନେୟାଙ୍କୁ ଚାପୁଡ଼ା ମାରିବା ସହ କାଳି ଫିଙ୍ଗିଥିବା ଲୋକଙ୍କୁ ଭାଜପା ପଠାଇଛି। କହିରଖୁଛୁ କି, କହ୍ନେୟା ଦିଲ୍ଲୀର ଉତ୍ତର ଆସନରୁ ଭାଜପା ଏମପି ମନୋଜ ତିୱାରୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦାବି କରାଯାଉଛି କି, ମନୋଜ ତିଓ୍ବାରୀଙ୍କ ସମର୍ଥକ କହ୍ନେୟାଙ୍କୁ ଏପରି ଆକ୍ରମଣ କରିଛନ୍ତି।

 

Share