Categories: ଜାତୀୟ

ସିପିଆଇ ବିବାଦ ମଧ୍ୟରେ ଜେଡିୟୁ ନେତାଙ୍କୁ ଭେଟିଲେ କହ୍ନେୟା କୁମାର

ପାଟନା,୧୫ ।୨: ବିହାର ରାଜନୀତିରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି । ଏବେ ଚର୍ଚ୍ଚା ହେଉଛି କି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ) ନେତା ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ବିହାର ସରକାରରେ ମନ୍ତ୍ରୀ ଥିବା ତଥା ଜନତା ଦଳ ୟୁନାଇଟେଡ(ଜେଡିୟୁ)ନେତା ଅଶୋକ ଚୌଧୁରିଙ୍କୁ ଭେଡିଛନ୍ତି । କହ୍ନେୟା କୁମାର ଓ ଅଶୋକ ଚୌଧୁରୀଙ୍କ ବଡି ଲାଙ୍ଗୁଏଜକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ଆରମ୍ଭ ହେଲାଣି । କହ୍ନେୟା କୁମାର ଅଶୋକ ଚୌଧୁରୀଙ୍କୁ ତାଙ୍କ ଘରେ ସାକ୍ଷାତ୍ କରିଛନ୍ତି । ଏହା ଔପଚାରିକ ସାକ୍ଷାତ୍‌କାର ବୋଲି କୁହାଯାଉଛି । ସିପିଆଇ କହ୍ନେୟା କୁମାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିବା ବେଳେ ତାଙ୍କର ଏଭଳି ସାକ୍ଷାତ୍‌କାର ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି । କହ୍ନେୟା କୁମାରଙ୍କ ଜେଡିୟୁରେ ସାମିଲ ହେବାକୁ ନେଇ ପାର୍ଟି ନେତା ଅଜୟ ଆଲୋକ କହିଛନ୍ତି କହ୍ନେୟା କୁମାର ବିକୃତ ଓ କମ୍ୟୁନିଷ୍ଟ ବିଚାରଧାରାର । ଯଦି ସେ ତାଙ୍କ ବିଚାରଧାରା ଛାଡି ଜେଡିୟୁର ବିଚାରଧାରାକୁ ଆପଣେଇ ପାରିବେ ତେବେ ତାଙ୍କୁ ଦଳକୁ ସ୍ୱାଗତ ବୋଲି ଅଜୟ କହିଛନ୍ତି ।

Share