Categories: ଜାତୀୟ

ଯୁବ ଚେହେରା ଉପରେ କଂଗ୍ରେସର ନଜର: କହ୍ନେୟା. ଜିଗନେସ୍ ହେବେ ଦଳରେ ସାମିଲ!

ନୂଆଦିଲ୍ଲୀ,୨୫ ।୯: ଜବାବାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଖୁବଶୀଘ୍ର କଂଗ୍ରେସରେ ଯାଗ ଦେବେ । ଏହା ବ୍ୟତୀତ ଗୁଜରାଟର ନିର୍ଦ୍ଦଳିୟ ବିଧାୟକ ଜିଗ୍ନେସ ମେୱାନି ବି କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, କହ୍ନେୟା କୁମାର ୨୮ ସେପ୍ଟେମ୍ବରକୁ କଂଗ୍ରେସରେ ସାମିଲ ହେବେ । ଏହାସହ ଜିଗ୍ନେସ ବି ସେହିଦିନ କିମ୍ବା ୨ ଅକ୍ଟୋବରରେ କଂଗ୍ରେସରେ ସାମିଲ ହେବେ ବୋଲି କୁହାଯାଉଛି । କିଛିଦିନ ପୂର୍ବେ ଦୁଇ ନେତାଙ୍କର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ୍ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଜିଗ୍ନେସ ମେୱାନୀ କଂଗ୍ରେରେ ସାମିଲ ହେବାକୁ ନେଇ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ଖୁସି ବ୍ୟକ୍ତ କରିଛନ୍ତି । ଜିଗ୍ନେସ ୨୮ସେପ୍ଟେମ୍ବର କିମ୍ବା ୨ ଅକ୍ଟୋବରରେ କଂଗ୍ରେସରେ ସାମିଲ ହୋଇପାରନ୍ତି ।

Share