Categories: ଜାତୀୟ

କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନି

ନୂଆଦିଲ୍ଲୀ,୨୮ ।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଛାତ୍ର ନେତା ତଥା ସିପିଆଇ ନେତା କହ୍ନେୟା କୁମାର ଓ ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେଶ ମେୱାନି ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଦୁଇଜଣ ଯାକ ନେତା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଦିଲ୍ଲୀ ଆଇଟିଓ ସ୍ଥିତ ଶହୀଦ ପାର୍କରେ ପହଞ୍ଚିଥିଲେ । ମଙ୍ଗଳବାର ଭଗତ ସିଂଙ୍କ ଜୟନ୍ତି ହୋଇଥିବାରୁ ଏମାନେ ସେଠାରେ ଭଗତ ସିଂଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ସମୟରେ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ବି ଉପସ୍ଥିତ ଥିଲେ । କହ୍ନେୟା କୁମାର ଓ ଜିଗ୍ନେଶ ମେୱାନିଙ୍କୁ ଦଳକୁ ସ୍ୱାଗତ ଜଣାଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଥିଲେ ୭ ବର୍ଷ ହେବ ମୋଦି ସରକାର ସାରା ଦେଶରେ ଯେଉଁ ହିଟଲର ଶାସନ ଚଳାଇ ଆସିଛନ୍ତି ତାକୁ ବିରୋଧ କରି ଏହି ଦୁଇ ନେତା ସ୍ୱର ଉଠାଇଥିଲେ । ଅନ୍ୟପଟେ ବରିଷ୍ଠ କଂଗ୍ରେସ ନତା କେସି ବେଣୁଗୋପଳ କହିଥିଲେ କହ୍ନେୟା କୁମାର ଫ୍ରିଡମ୍ ଅଫ୍ ଏକ୍ସପ୍ରେଶନର ପ୍ରତିକ । ଏବେ ଏହି ଦୁଇ ନେତାଙ୍କର ଦଳରେ କି ଭୂମିକା ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share