Categories: ଜାତୀୟ

କହ୍ନେୟା ହୋଇପାରନ୍ତି ପିସିସି ସଭାପତି

ନୂଆଦିଲ୍ଲୀ, ୧୬।୯: ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ପୂର୍ବତନ ଛାତ୍ରନେତା କହ୍ନେୟାକୁମାର ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେ କଂଗ୍ରେସ ଦଳରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ରାହୁଲଙ୍କୁ ଅନେକ ଲୋକ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। କହ୍ନେୟାକୁମାର କଂଗ୍ରେସରେ ଯୋଗଦେବାର ଥିଲେ ନିଶ୍ଚୟ ଘୋଷଣା କରାଯିବ ବୋଲି ଦଳୀୟ ମୁଖପାତ୍ର ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି। ତେବେ କହ୍ନେୟା କଂଗ୍ରେସରେ ଯୋଗଦେବା ପରେ ତାଙ୍କୁ ବିହାର ପିସିସି ସଭାପତି ଘୋଷଣା କରାଯିବ ବୋଲି ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି। ଜେଏନ୍‌ୟୁ ଛାତ୍ରନେତା ଭାବେ ଉତ୍ତେଜକ ଭାଷଣ ପାଇଁ ଜଣାଶୁଣା କହ୍ନେୟା ଏବେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ଅଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ବେଳେ ସେ ବେଗୁସରାଇରୁ ଭାଜପା ନେତା ଗିରିରାଜ ସିଂଙ୍କ ବିରୋଧରେ ପ୍ରାର୍ଥୀ ହୋଇ ହାରିଯାଇଥିଲେ।

Share