Categories: ଜାତୀୟ

ସିପିଆଇ ଅଫିସରୁ ଏସି ନେଇଗଲେ କହ୍ନେୟା

ନୂଆଦିଲ୍ଲୀ,୨୮।୯: କଂଗ୍ରେସର ଯୋଗ ଦେବାର କିଛି ଘଣ୍ଟା ପୂର୍ବରୁ କହ୍ନେୟା କୁମାର ପାଟନାସ୍ଥିତ ସିପିଆଇ ଅଫିସରୁ ଏସି ଖୋଳି ନେଇ ଯାଇଛନ୍ତି। ସିପିଆଇର ରାଜ୍ୟ କାର୍ଯ୍ୟାଳୟରେ ସେ ନିଜ ଖର୍ଚ୍ଚରେ ଏସି ଲଗାଇଥିଲେ। ଏସି ଫେରାଇ ନେବା ପାଇଁ କହ୍ନେୟାଙ୍କୁ ବିହାର ସିପିଆଇ ସମ୍ପାଦକ ରାମ ନରେଶ ପାଣ୍ଡେଙ୍କ ଅନୁମତି ଦେଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି।

ଜେଏନ୍‌ୟୁର ପୂର୍ବତନ ଛାତ୍ର ସଭାପତି କହ୍ନେୟା କୁମାର ଓ ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ (ଆର୍‌ଡଏଏମ୍‌) ବିଧାୟକ ଜିଗନେଶ ମଓ୍ବୋନି ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି।

Share