ଗୌତମଙ୍କ ହାତ ଧରିଲେ ଗାୟିକା

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଗାୟିକା କନିକା କପୁର ବ୍ୟବସାୟୀ ଗୌତମଙ୍କୁ ଶୁକ୍ରବାର ସେ ବିବାହ କରିଛନ୍ତି। ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମାପ୍ତ ହୋଇଛି। ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେ ବିବାହ ପୋଷାକରେ କନିକା ଏକ ଗୋଲାପୀ ରଙ୍ଗର ଲେହେଙ୍ଗାରେ ଖୁବ ସୁନ୍ଦର ଦେଖାଯାଉଛନ୍ତି। ନିକଟରେ କନିକାଙ୍କ ମେହେନ୍ଦୀ, ହଳଦୀର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

 

Share