ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର କାଞ୍ଝାଓ୍ବାଲା ମାମଲାରେ ୫ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ବଢ଼ିଛି। ସୋମବାର ଦିଲ୍ଲୀର ରୋହିଣୀ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ୧୪ଦିନିଆ ନ୍ୟାୟିକ ହେପାଜତ ମିଆଦକୁ ବୃଦ୍ଧି କରିଛନ୍ତି। ସୁରକ୍ଷା କାରଣରୁ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ନ ଥିଲା। ତେଣୁ ବିଚାରପତି ନିଜେ ତିହାର ଜେଲକୁ ଯାଇ ସେଠାରେ ଏକ କୋର୍ଟ ସ୍ଥାପନ କରି ନ୍ୟାୟିକ ହେପାଜତ ବୃଦ୍ଧି କରିଥିଲେ। ଏହାପୂର୍ବରୁ କୋର୍ଟ ଅଭିଯୁକ୍ତ ଦୀପକ ଖନ୍ନାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ସହ ଦିଲ୍ଲୀ ପୋଲିସକୁ ତାଗିଦ କରିଥିଲେ।