କନକବର୍ଦ୍ଧନଙ୍କ ଭବିଷ୍ୟବାଣୀ: ଏତିକି ଆସନ ଜିତି ଓଡ଼ିଶାରେ ସରକାର ଗଢିବ ଭାଜପା

ଭୁବନେଶ୍ୱର, ୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ ଏହା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାଜପା ଓଡ଼ିଶାରେ ଲୋକ ସଭା ଆସନରେ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଦର୍ଶାଯାଇଛି। ଏପରିକି ରାଜ୍ୟରେ ୨୧ ଲୋକ ସଭା ଆସନରୁ ଭାଜପା ପ୍ରାୟ ୧୮ ପର୍ଯ୍ୟନ୍ତ ଆସନ ନେଇପାରେ ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ୨୦୧୯ ନିର୍ବାଚନ ପରେ ପ୍ରକାଶ ପାଇଥିବା ଏକ ଏକ୍‌ଜିଟ ପୋଲ୍‌ ରିପୋର୍ଟ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ, ୨୦୧୯ ନିର୍ବାଚନ ବେଳେ ଏସି(ଏୟାର କଣ୍ଡିଶନର) ରୁମ୍‌ରେ ବସି ଜାତୀୟ ସଂସ୍ଥା କରିଥିବା ଏକ୍‌ଜିଟ ପୋଲ୍‌ ଯେମିତି ହେଇଥିଲା ସମସ୍ତେ ତାହା ଦେଖିଛନ୍ତି। ୨୦୨୪ରେ ମଧ୍ୟ ଏହାର ପୁନରାବୃତ୍ତି ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଭାଜପାର ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, ଏକ୍‌ଜିଟ ପୋଲ୍‌ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପ୍ରସ୍ତୁତ କରିଛନ୍ତି। ତେବେ ଗଣମାଧ୍ୟମ ଉପରେ ଓଡ଼ିଶା ସରକାରଙ୍କ ବିଶ୍ୱାସ ନାହିଁ। ଯଦି ସେମାନଙ୍କ ଗଣମାଧ୍ୟମ ସଂସ୍ଥା ଉପରେ ବିଶ୍ୱାସ ନାହିଁ ତେବେ ଭାଜପାର ଏହା ଉପରେ କୌଣସି ଯୁକ୍ତି କରିବାର ନାହିଁ। ବିଜେଡି ସବୁବେଳେ ଗଣମାଧ୍ୟମ ସଂସ୍ଥାକୁ କେବଳ ନିଜ ପ୍ରଚାର ପ୍ରସାର ପାଇଁ ବ୍ୟବହାର କରିଛି। ଲୋକଙ୍କ ପାଖକୁ ଯାଇ ଖରାରେ ବୁଲି ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଭାଜପାର ଏହା ଉପରେ ବିଶ୍ୱାସ ଅଛି, ରାଜ୍ୟରେ ଦୁଇ ତୃତୀୟାଂଶ ଆସନରେ ଭାଜପା ଏକ ସ୍ଥିର ସରକାର କରିବ ବୋଲି କନକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

OSSSC ପରୀକ୍ଷା ଫଳାଫଳ ଘୋଷଣା: RI, ICDS ସୁପରଭାଇଜର, ARI, ଅମିନ ପ୍ରିଲିମ୍‌ ପରୀକ୍ଷାରେ ସମସ୍ତେ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩ା୪: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ତାରିଖ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ରାଜ୍ୟରେ ୩ ନୂଆ ସିଭିଲ ଜଜ୍‌ କୋର୍ଟ ଗଠିତ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ୩ଟି ନୂଆ ସିଭିଲ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ) ଗଠିତ ହୋଇଛି। ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image