ଶୋ’ ମଝିରୁ ଗିରଫ ହେଲେ ବିଗ୍‌ବସ୍‌ର ଏହି ପ୍ରତିଯୋଗୀ, ଜାଣନ୍ତୁ କ’ଣ ରହିଛି ମାମଲା…

ବମ୍ବେ: ଟେଲିକାଷ୍ଟ ହେବାପରଠାରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌। ଏବେ ଶୋ’ ମଝିରୁ ଗିରଫ ହୋଇଛନ୍ତି ଜଣେ ବିଗ୍‌ବସ୍‌ ପ୍ରତିଯୋଗୀ। କିଛି ଏଭଳି ଦୃଶ୍ୟ ଟେଲିଭିଜନରେ ପ୍ରସାରିତ ହେବାପରଠାରୁ ଶୋ’କୁ ନେଇ ଚର୍ଚ୍ଚା ବଢ଼ିଛି। ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ବିଗ୍‌ବସ୍‌ କନ୍ନଡ଼ ୧୦ର ବର୍ଥୁର ସନ୍ତୋଷ। ରିଆଲିଟି ଶୋ’ରେ ବାଘ ନଖର ପେଣ୍ଡେଣ୍ଟ ପିନ୍ଧିଥିବା ଲାଗି ରବିବାର ତାଙ୍କୁ ଗିରଫ କରାଯାଇଛି। ତେବେ ତାଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ଅଭିଯୋଗ କରାଯିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବେ ସେ ପୋଲିସ ହେପାଜତରେ ଅଛନ୍ତି। ଯାଞ୍ଚ ସମୟରେ ପରିବାରର ସନ୍ତକ ଭାବେ ତାଙ୍କୁ ଏହି ନଖ ମିଳିଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷେ ନଖକୁ ଯାଞ୍ଚ କରିବା ଲାଗି ଫରେନ୍‌ସିକ୍‌ ଲ୍ୟାବକୁ ପଠାଯାଇଛି।

Share