Categories: ଜାତୀୟ

ଅଭିନେତ୍ରୀଙ୍କ କାରନାମା; ଭାଇକୁ ହତ୍ୟା ପରେ ଟିକଟିକ୍‌ କରି କାଟି ଦେଲେ

ହୁବାଲି,୨୮।୪ : ଲିଭ୍‌ଇନ ରିଲେଶନକୁ ବିରୋଧ କରିବାରୁ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି କନ୍ନଡ ଅଭିନେତ୍ରୀ ଶାନାୟା କାଟ୍‌ଭେ। ଏହି ହତ୍ୟାରେ ତାଙ୍କୁ ସହଯୋଗ କରିଥିଲେ ବୟଫ୍ରେଣ୍ଡ। ହତ୍ୟା ପରେ ଭାଇର ମୃତଦେହ ଟିକଟିକ୍‌ କରି ଦେଇଥିଲେ। ତାହାକୁ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ଧାରଓ୍ବାଦ ଏସ୍‌ପି ପି. କ୍ରିଷ୍ଣାକାନ୍ତ କହିଛନ୍ତି।

ଗତ ୧୨ ତାରିଖରେ ଦେବରାଗୁଡ଼ିହଲ ଜଙ୍ଗଲରୁ ପୋଲିସକୁ ମିଳିଥିଲା ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି ବିକୃତ ମୃତଦେହ ମିଳିଥିଲା। ଏହି ହତ୍ୟାକାଣ୍ଡ ପଛର ଦୋଷୀଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ୍‌। ତଦନ୍ତ ପରେ ରାକେଶ କାଟ୍‌ଭେ ନାମକ ବାର୍‌ କର୍ମଚାରୀ ନିଖୋଜ ଥିବା ଖବର ପାଇଥିଲା ପୋଲିସ। ସେ କନ୍ନଡ଼ ଅଭିନେତ୍ରୀ ଶାନାୟାଙ୍କ ଭାଇ ବୋଲି ଜଣାପଡ଼ିଥିଲା। ନିୟାଜ ନାମକ ଯୁବକଙ୍କ ସହ ସେ ଲିଭଇନ ରିଲେଶନଶିପ୍‌ରେ ଥିଲେ।

ଅଧିକ ତଦନ୍ତ ପରେ ଶାନାୟା, ନିୟାଜ ଓ ତାଙ୍କ ୩ ବନ୍ଧୁଙ୍କୁ ପୋଲିସ ରିମାଣ୍ଡରେ ନେଇଥିଲା। ପଚରାଉଚୁରା ବେଳେ ନିୟାଜଙ୍କ ପରିବାର ବର୍ଗ ମଧ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ। ଉଲ୍ଲେଖଯୋଗ୍ୟ, ଶାନାୟାଙ୍କ ଫିଲ୍ମ ‘ଛୋଟା ବମ୍ବେ’ ଏ ପର୍ଯ୍ୟନ୍ତ ରିଲିଜ୍‌ ହୋଇନାହିଁ।

Share