ବେଙ୍ଗାଲୁରୁ,୨୩।୩: ହିନ୍ଦୁତ୍ୱକୁ ନେଇ ବିବାଦୀୟ ଟୁଇଟ ପ୍ରସଙ୍ଗରେ ଗିରଫ ହୋଇଥିବା କନ୍ନଡ ଅଭିନେତା ଚେତନ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଗୁରୁବାର ବେଙ୍ଗାଲୁରୁର ୧୩ ଏସିଏମ୍ଏମ୍ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତିି। ଦୁଇ ଜଣ ଜାମିନଦାର ଏବଂ ୨୫ ହଜାର ବ୍ୟକ୍ତିଗତ ମୁଚାଲିକା ଉପରେ ଗୁରୁବାର କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ବଜରଙ୍ଗ ଦଳର ଶିବକୁମାର ଚେତନ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି, ଚେତନଙ୍କ ଟୁଇଟ ଦ୍ୱାରା ହିନ୍ଦୁମାନଙ୍କ ଭାବନା ଆଘାତ ପାଇଛି। ଏହାପରେ ବିବାଦୀୟ ଟୁଇଟ ମାମଲାରେ ସେଶାଦ୍ରିପୁରମ ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ଏହାପରେ ବେଙ୍ଗାଲୁରୁର ୧୩ ଏସିଏମ୍ଏମ୍ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଚେତନ କୁମାର ସୋସିଆଲ ମିଡିଆରେ ନିଜର ବକ୍ତବ୍ୟ ଶୈଳୀ ପାଇଁ ବେଶ୍ ଜଣାଶୁଣା। ସେ ଟୁଇଟରରେ କିଛି ନା କିଛି ପୋଷ୍ଟ ଶେୟାର କରିଥାନ୍ତି। ଯେଉଁଥିପାଇ ସେ ସବୁବେଳେ ଚର୍ଚ୍ଚା ଓ ବିବାଦରେ ରହିଥାନ୍ତି।