ଗିରଫ ହେଲେ କନ୍ନଡ ଅଭିନେତା ଚେତନ କୁମାର

ମୁମ୍ବାଇ,୨୧।୩: କନ୍ନଡ ଚଳଚ୍ଚିତ୍ର ଅଭିନେତା ଚେତନ କୁମାର କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ଚେତନ କୁମାରଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍‌ ପାଇଁ ଚେତନ କୁମାରଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।

ମାର୍ଚ୍ଚ ୨୦ରେ ଚେତନ କୁମାର ଏକ ଟୁଇଟ୍‌ କରିଥିଲେ। ଯେଉଁଥିରେ ସେ ହିନ୍ଦୁ ଧର୍ମ ବିରୋଧରେ କହିଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ହିନ୍ଦୁତ୍ୱ ସମ୍ପୂର୍ଣ୍ଣ ମିଥ୍ୟା ଉପରେ ନିର୍ମିତ ହୋଇଛି। ଭାରତୀୟ ରାଷ୍ଟ୍ର ଆରମ୍ଭ ହେଲା ଯେତେବେଳେ ରାମ ରାବଣକୁ ପରାସ୍ତ କରି ଅଯୋଧ୍ୟାକୁ ଫେରିଲେ ଏହା ଗୋଟିଏ ମିଥ୍ୟା, ୧୯୯୨ରେ ବାବ୍ରି ମସଜିଦ ହେଉଛି ରାମ ଜନ୍ମଭୂମି – ଏକ ମିଥ୍ୟା, ୨୦୨୩ ଉରିଗୌଡା-ନାନ୍‌ଜେଗୌଡା ଟିପୁର ହତ୍ୟାକାରୀ – ଏକ ମିଥ୍ୟା, ହିନ୍ଦୁତ୍ୱକୁ ସତ୍ୟ ସହିତ ପରାସ୍ତ କରାଯାଇପାରେ। ହିନ୍ଦୁ ଧର୍ମ ବିରୋଧରେ ଏହି ବିବାଦୀୟ ମନ୍ତବ୍ୟ ଯୋଗୁ ବର୍ତ୍ତମାନ କନ୍ନଡ ଚଳଚ୍ଚିତ୍ର ଅଭିନେତା ଚେତନ କୁମାରଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି।

Share